Big Breaking- କଳ୍କୀଙ୍କ ବୈକୁଣ୍ଠଧାମର ରହିବନି ସତ୍ତା, ଆସନ୍ତା କାଲି ଭାଙ୍ଗିବ ପ୍ରଶାସନ

ଭୁବନେଶ୍ୱର- ମାଟିରେ ମିଶିବ କଳି ଯୁଗର ଦେବତା କଳ୍କୀଙ୍କ ଆଶ୍ରୟସ୍ଥଳ । ଭଙ୍ଗାଯିବ ଭଣ୍ଡ ନାବାଳକ ବାବା କଳ୍କୀଙ୍କ ଆଶ୍ରମ । ଆସନ୍ତା କାଲିଠାରୁ ମିଳିବନି ବାବାଙ୍କ ଠିକଣା । ଭଣ୍ଡ କଳ୍କୀଙ୍କ ବୈକୁଣ୍ଠ ଧାମ ଉପରେ ଚାଲିବ ବୁଲଡୋଜର । ଏମିତି ସୂଚନା ମିଳିଛି ବିଡିଏରୁ । ବିଡିଏ ତରଫରୁ କୁହାଯାଇଛି ଖଣ୍ଡଗିରି ବାରିରେ ଥିବା ବିବାଦୀୟ େବୈକୁଣ୍ଠଧାମକୁ ଭଙ୍ଗାଯିବ । ଆସନ୍ତା କାଲି ଏହି କାମ କରାଯିବ ବୋଲି ସୂଚନା ଦେଇଛି ବିଡିଏ ।

୧୪୦ ଡିସିମିଲ ସରକାରୀ ଜମି ଉପରେ ସ୍ଥାପିତ ବୈକୁଣ୍ଟ ଆଶ୍ରମକୁ ଆସନ୍ତା କାଲି ସକାଳ ୮ଟାରୁ ଭଙ୍ଗା ଯିବ । ଏହି ଆଶ୍ରମ ଭଙ୍ଗା କାମରେ ନିୟୋଜିତ ରହିବେ ବିଡିଏ, ବିଏମସି ଓ କମିଶନରେଟ ପୋଲିସ । ଆଶ୍ରମ ଭାଙ୍ଗିବା ନେଇ ଆଜି ମାଇକରେ ଆଶ୍ରମ ନିକଟରେ ଘୋଷଣା କରାଯାଉଛି । କାଲି ସକାଳ ସୁଦ୍ଧ ଆଶ୍ରମ ଖାଲି କରିବାକୁ କୁହାଯାଇଛି । ଆଶ୍ରମ ଖାଲି ନ କଲେ ସକାଳ ୮ଟାରୁ ଭଙ୍ଗା କାମ ଆରମ୍ଭ ହେ । ଏଥିରେ ଯାହା କ୍ଷତି ହେବ ଏଥିପାଇଁ ପ୍ରଶାସନ ଦାୟୀ ରହିବ ନାହିଁ ବୋଲି କୁହାଯାଇଛି ।

ଖଣ୍ଡଗିରି ବାରିରେ ଥିବା ବୈକୁଣ୍ଠ ଧାମ ହଠାତ ବିବାଦୀୟ ହୋଇପଡିଲା, ଯେତେବେଳେ ବୈକୁଣ୍ଠାଧୀପତିଙ୍କ ପଦ ତଳେ ତୁଳସୀ ଦିଆଯାଉଥିବା କଥା ସାମ୍ନାକୁ ଆସିଲା । ଏହା ପରେ ଓଡିଶା ସଂସ୍କୃତି ବିଶାରଦ, ଧର୍ମ ଗୁରୁ ପ୍ରମୁଖ ଏହାକୁ ବିରୋଧ କରିଥିଲେ । ତଳସୀ ବିଷ୍ଣୁଙ୍କ ମସ୍ତକରେ ଶୋଭାପାଏ । ଏହାକୁ କେମିତି ଜଣେ ମଣିଷ ପାଦତଳେ ଦିଆଯିବ ବୋଲି ପ୍ରଶ୍ନକରିଥିଲେ ହିନ୍ଦୁ ଧର୍ମରକ୍ଷକ । ଯାହାକୁ ନେଇ ଆଶ୍ରମ ସପକ୍ଷବାଦୀ ବାହାରିଥିଲେ ।