fbpx
BSKY
BJD MC SKY
BJD YOUTH SKY

ପୁଣି ବଢ଼ିଲା ବୈତରଣୀ: ବିପଦ ସଂକେତ ଉପରେ ଜଳସ୍ତର, ତଳିଆ ଅଞ୍ଚଳରେ ବଢୁଛି ପାଣି

ଆଖୁଆପଦା (ଓଡିଶା ଭାସ୍କର): ପୁଣି ବଢ଼ିବାରେ ଲାଗିଛି ବୈତରଣୀ ନଦୀର ଜଳସ୍ତର । ଭଦ୍ରକ ଜିଲ୍ଲାର ଆଖୁଆପଦା ଠାରେ ବିପଦ ସଙ୍କେତ ୧୭.୮୩ ମିଟର ରହିଥିବା ବେଳେ, ୧୨ଟା ସୁଦ୍ଧା ୧୮.୪୭ ମିଟର ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ଗତକାଲି ଜଳସ୍ତର କମୁଥିବା ବେଳେ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ପୁଣି ବୈତରଣୀ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି । ଅନ୍ୟପଟେ ବୈତରଣୀର ବନ୍ୟାରେ ଧାମନଗର ଭଣ୍ଡାରିପୋଖରୀ ବ୍ଲକର ତଳିଆ ଅଞ୍ଚଳରେ ପାଣି ପଶିବା ସହ ହେକ୍ଟର ହେକ୍ଟର ଚାଷ ଜମି ବନ୍ୟା ଜଳରେ ବୁଡି ରହିଛି । ଅନ୍ୟପଟେ କଣ୍ଟିଘାଇ ଓ ଗୌରାଙ୍ଗପୁର, ମଲ୍ଲୀ ମାହାରା ଏସକେପ ଦେଇ ବନ୍ୟାଜଳ ଚାଷ ଜମି ଓ ଜନବସତିକୁ ପ୍ରବେଶ କରିଛି ।

ଭଣ୍ଡାରିପୋଖରୀ ବ୍ଲକର ୪ ଟି ପଂଚାୟତ ଓ ଧାମନଗର ବ୍ଲକର ୩ଟି ପଞ୍ଚାୟତରେ ବନ୍ୟା ଜଳ ମାଡିଥିବା ବେଳେ ତଳିଆ ଅଞ୍ଚଳ ଖଡିପଦା ପଂଚାୟତର ଦକ୍ଷିଣକୁରୁଆ, ମଲ୍ଲିକସାହି ,ନଡ଼ିଆବାଗ, ଅନ୍ୟପଟେ ଡାଙ୍ଗୁଆ ପାଟଣା, ସୋହଡାରେ ପାଣି ପଶିଛି । ଧାମନଗର ବ୍ଲକର ପଧାନୀ ପଞ୍ଚାୟତ ବାହ୍ୟଜଗତରୁ ବିଚ୍ଛିନ ହୋଇଥିବା ବେଳେ ଧାମନଗର ଫଳପୁର ରାସ୍ତାର ଜାହାଙ୍ଗିର ଠାରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଭଦ୍ରକ ଆରଡ଼ି ରାସ୍ତାର ଅସୁରାଳି ଠାରେ ରାସ୍ତା ଉପରେ ୨ ଫୁଟରୁ ଅଧିକ ପାଣି ପ୍ରବାହିତ ହେଉଛି । ସେହିପରି ଭଣ୍ଡାରିପୋଖରୀ ବ୍ଲକର ୪ଗୋଟି ପଂଚାୟତର ବିଭିନ୍ନ ଚାଷ ଜମିରେ ବନ୍ୟା ଜଳ ମାଡି ଯାଇଥିବା ଜଣାପଡିଛି । ପ୍ରଶାସନ ତରଫରୁ ନିଯୁକ୍ତ ନୋଡାଲ ଅଫିସର ଙ୍କ ଟିମ ବିଭିନ୍ନ ଅଞ୍ଚଳ ଉପରର ନଜର ରଖିଛନ୍ତି । ଭଦ୍ରକ ଜିଲ୍ଲାପାଳ , ଉପଜିଲ୍ଲାପାଳ ଓ ଅନ୍ୟ ଅଧିକାରୀ ମାନେ ବିଭିନ୍ନ ପ୍ରଭାବିତ ଅଞ୍ଚଳ ବୁଲି ସ୍ଥିତି ସମୀକ୍ଷା କରିଛନ୍ତି ।

Get real time updates directly on you device, subscribe now.