fbpx

କରୋନା ଭାଇରସ୍ କେବେ ବି ଯିବ ନାହିଁ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଲା ଚେତାବନୀ

ନୂଆଦିଲ୍ଲୀ: କରୋନା ମହାମାରୀ ସବୁଦିନ ପାଇଁ ରହିବ, କେବେ ଯିବ ନାହିଁ । ସମସ୍ତଙ୍କୁ କରୋନା ସହ ଲଢ଼େଇ ଜାରି ରଖିବାକୁ ପଡ଼ିବ । ୨୦୦୯ରେ ଆସିଥିବା ସ୍ୱାଇନ ଫ୍ଲୁର ପ୍ରଭାବ ଆଜି ପର୍ଯ୍ୟନ୍ତ ବି ରହିଛି । ଅନୁରୂପ ଭାବେ କରୋନା ପ୍ରଭାବ ମଧ୍ୟ ରହିବ ବୋଲି ଏକ ସୂଚନା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ କୁହାଯାଇଛି । ହୁର ଜରୁରୀକାଳୀନ ନିର୍ଦ୍ଦେଶକ ଡା. ମାଇକ୍ ରିୟାନ ଏନେଇ ଚେତାବନୀ ଦେଇଛନ୍ତି ।

ବର୍ତ୍ତମାନ ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ମୃତ୍ୟୁବରଣ କରିବା ସହ ମହାମାରୀ କାରଣରୁ ସମସ୍ତେ ମାନସିକ ଚାପରେ ରହିଛନ୍ତି । ଏନେ ମିଳିତ ଜାତିସଂଘ ପକ୍ଷରୁ ସମସ୍ତ ରାଷ୍ଟ୍ରଙ୍କୁ ସତର୍କ ରହିବାକୁ ସୂଚନା ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ସମଗ୍ର ବିଶ୍ୱରେ ମୋଟ ୪୬ ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିସାରିଥିବା ବେଳେ ଲକ୍ଷାଧିକ ଲୋକ ସଂକ୍ରମିତ ହେଇଛନ୍ତି । ଆମେରିକାରେ ୬.୮ ଲକ୍ଷ, ବ୍ରାଜିଲରେ ୫.୮ ଲକ୍ଷ ଓ ଭାରତରେ ୪.୪ ଲକ୍ଷ କୋଭିଡରେ ପ୍ରାଣ ହରାଇ ସାରିଛନ୍ତି । ମହାମାରୀ ଉପରେ ବିଜୟ ହାସଲ କରିବାକୁ ହେଲେ ସମସ୍ତଙ୍କର ସହଯୋଗ ଲୋଡ଼ା । ଏହି ଭୟାବହ ସଙ୍କଟରୁ ମୁକୁଳିବାକୁ ହେଲେ ଆହୁରି କିଛିଦିନ ଅପେକ୍ଷା କରିବାକୁ ପଡ଼ିବ ବୋଲି ହୁ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.