ବଢ଼ିବାରେ ଲାଗିଛି ବୈତରଣୀ ଜଳସ୍ତର, ସତର୍କ ସଙ୍କେତ ଉପରେ ପ୍ରବାହିତ ହେଉଛି ବନ୍ୟାଜଳ
ସତର୍କ ସଙ୍କେତ ଉପରେ ବୈତରଣୀ ନଦୀର ବନ୍ୟାଜଳ ।
ଭୁବନେଶ୍ବର: ଉପରମୁଣ୍ଡାରେ ପ୍ରବଳ ବର୍ଷା ଲାଗି ବୈତରଣୀରେ ଲଗାତର ଜଳସ୍ତର ବଢିବାରେ ଲାଗିଛି । ସତର୍କ ସଙ୍କେତ ଉପରେ ପ୍ରବାହିତ ହେଉଛି ବୈତରଣୀ ନଦୀର ବନ୍ୟାଜଳ । ଆଖୁଆପଦା ଆନିକଟ ନିକଟରେ ୧୮.୧୨ ମିଟରରେ ବନ୍ୟାଜଳ ପ୍ରବାହିତ ହେଉଛି ।
ସତର୍କ ସଂକେତ ୧୭.୮୩ ମିଟର ଥିବା ବେଳେ ବିପଦ ସଂକେତ ୧୮.୩୩ ରହିଛି । ଏହାକୁ ନେଇ ଲୋକମାନଙ୍କ ମନରେ ଛନକା ଦେଖାଯାଇଛି ।
ଖବର ଅନୁସାରେ, ଭଦ୍ରକ ଜିଲ୍ଲା ଆଖୁଆପଦା ଆନିକଟ ଠାରେ ଜଳସ୍ତର ବଢିବାରେ ଲାଗିଛି । ସକାଳ ୮ଟା ସୁଦ୍ଧା ଏହା ୧୮.୧୨ ମିଟରରେ ପ୍ରବାହିତ ହେଉଛି ।
ପ୍ରକାଶଥାଉକି, ଗତକାଲି ୩ଟି ବନ୍ୟା ପ୍ରଭାବିତ ଜିଲ୍ଲା ବୁଲି ଦେଖିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୩ଟି ଜିଲ୍ଲାର ୮ଟି ବ୍ଲକ ପ୍ରଭାବିତ ହୋଇଥିବା ନେଇ ମୁଖ୍ୟମନ୍ତ୍ରୀ କହିଥିଲେ ।
ଭଦ୍ରକ ଜିଲ୍ଲାର ଧାମନଗର ଓ ଭଣ୍ଡାରୀପୋଖରୀ ବ୍ଲକ୍ ପ୍ରଭାବିତ ହୋଇଛି । ୧୦ ହଜାର ଲୋକଙ୍କୁ ଦୁଇ ବେଳା ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । ଯେଉଁସବୁ ସ୍ଥାନରେ ଲୋକଙ୍କ ଘର କ୍ଷତି ହୋଇଛି କ୍ଷତିପୂରଣ ଦିଆଯିବ । ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।