fbpx

ରାକ୍ଷୀ ପୂର୍ଣ୍ଣିମା ଓ ବଳଭଦ୍ରଙ୍କ ଜନ୍ମ ଦିବସକୁ ନେଇ ଚଳଚଞ୍ଚଳ ଶ୍ରୀକ୍ଷେତ୍ର

ଓଡିଶା ଭାସ୍କର; ଆଉ ଦୁଇ ଦିନ ପରେ ପବିତ୍ର ରକ୍ଷା ବନ୍ଧନ ଓ ବଳଭଦ୍ରଙ୍କ ଜନ୍ମ ଦିବସ । ତେବେ ଏହାକୁ ନେଇ ଚଳଚଞ୍ଚଳ ହୋଇପଡିଛି ଶ୍ରୀକ୍ଷେତ୍ର ଧାମ । ଗୁରୁବାର ଦିନ ଶ୍ରୀମନ୍ଦିରରେ ରକ୍ଷାବନ୍ଧନ ଉତ୍ସବ ଓ ବଳଭଦ୍ରଙ୍କ ଜନ୍ମ ଦିବସ ପାଳନ କରାଯିବ । ଚଳିତ ବର୍ଷ କେଉଁ ଦିନ ରାକ୍ଷୀ ପୂର୍ଣ୍ଣିମା ପାଳନ କରାଯିବ ତାକୁ ନେଇ ପୂର୍ବରୁ ଦ୍ୱନ୍ଦ୍ୱ ଦେଖିବାକୁ ମିଳିଥିଲା । ହେଲେ ଆସନ୍ତା ୩୧ ତାରିଖ ଅର୍ଥାତ ଗୁରୁବାର ଦିନ ରକ୍ଷା ବନ୍ଧନ ପାଳନ କରାଯିବ ବୋଲି ସ୍ପଷ୍ଟ କରିଥିଲା ଶ୍ରୀମନ୍ଦିର ।

ଗୁରୁବାର ଦିନ ବଡଭାଇ ପ୍ରଭୁ ବଳଭଦ୍ର ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହାତରେ ରାକ୍ଷୀ ବାନ୍ଧିବେ ଭଉଣୀ ସୁଭଦ୍ରା । ଏଥିପାଇଁ ପାଟରା ବିଷୋୟୀ ସେବାୟତ ରାକ୍ଷୀ ପ୍ରସ୍ତୁତିରେ ଲାଗି ପଡିଛନ୍ତି । ଟାରୋଟି ବଡ଼ ରାକ୍ଷୀ ସହ ପ୍ରସ୍ତୁତ ହେଉଛି ଗୁଆମାଳ। ରଙ୍ଗବେରଙ୍ଗର ବାସୁଙ୍ଗା ପାଟରେ ପ୍ରସ୍ତୁତ ହେଉଛି ମହାପ୍ରଭୁଙ୍କ ରାକ୍ଷୀ । ବଳଭଦ୍ରଙ୍କ ପାଇଁ ବାଇଗଣୀ-ନୀଳ ଓ ଜଗନ୍ନାଥଙ୍କ ପାଇଁ ହଳଦିଆ-ନାଲି ରଙ୍ଗର ୨ଟି ଲେଖାଏଁ ରାକ୍ଷୀ ପ୍ରସ୍ତୁତ କରାଯାଉଛି। ସେହିପରି ପାର୍ଶ୍ୱ ଦେବାଦେବୀଙ୍କ ପାଇଁ ମଧ୍ୟ ରାକ୍ଷୀ ପ୍ରସ୍ତୁତ କରାଯାଉଛି । ଗହ୍ମା ପୂର୍ଣ୍ଣମୀ ଦିନ ଉତ୍କଳୀୟ ପରମ୍ପରା ଅନୁସାରେ ଭଉଣୀ ଭାଇ ହାତରେ ସ୍ନେହର ଡୋରି ବାନ୍ଧିଥାଏ । ଶ୍ରୀମନ୍ଦିରରେ ମଧ୍ୟ ଭଉଣୀ ସୁଭଦ୍ରା ଏହି ପବିତ୍ର ଦିନ ଅବସରରେ ବଡ଼ଭାଇ ବଳଭଦ୍ର ଓ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ହାତରେ ରାକ୍ଷୀ ବାନ୍ଧିବାର ପରମ୍ପରା ଯୁଗ ଯୁଗ କାଳରୁ ରହି ଆସିଛି।

Get real time updates directly on you device, subscribe now.