fbpx

ଗଣମାଧ୍ୟମକୁ ମିଛ ସୂଚନା ଦିଆଯାଇଛି : ପୀଡ଼ିତା

ବଳଙ୍ଗା, ୪ା୧(ଓଡ଼ିଶା ଭାସ୍କର): ବଳଙ୍ଗା ଥାନା ଏଏସଆଇ ଚିତ୍ତରଞ୍ଜନ ଦାସଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ହୋଇଥିଲା । ବର୍ତ୍ତମାନ ଦୁଷ୍କର୍ମ ଅଭିଯୋଗ ମାମଲାରେ ନୂଆ ମୋଡ଼ ନେଇଛି । ଏସପି ମିଛ କହୁଥିବା ପୀଡ଼ିତା ଅଭିଯୋଗ କରିଛନ୍ତି । ବୟାନ ରେକର୍ଡ଼ ବେଳେ ଦୁଷ୍କର୍ମ ହୋଇଥିବା କଥା କହିଥିଲେ ବୋଲି ପୀଡ଼ିତା କହିଛନ୍ତି । ଗଣମାଧ୍ୟମକୁ ମିଛ ସୂଚନା ଦିଆଯାଇଛି ବୋଲି ପୀଡ଼ିତା ଅଭିଯୋଗ କରିଛନ୍ତି । ଏହାସହ କେବଳ ଡାକ୍ତରୀ ମାଇନାକୁ ମନା କରିଥିଲି ବୋଲି ପୀଡ଼ିତା କହିଛନ୍ତି । ଏହାକୁ ନେଇ ଏସପି ମିଛ କହିଛନ୍ତି ।

କିଛି ସମୟ ତଳେ ଏହି ମାମଲାରେ ପୀଡ଼ିତାଙ୍କଠୁ ବୟାନ ରେକର୍ଡ଼ ବେଳେ ଦୁଷ୍କର୍ମ ହୋଇନି ବୋଲି ସେ କହିଥିଲେ । ମାଜିଷ୍ଟ୍ରେଟଙ୍କ ଆଗରେ ପୀଡ଼ିତାଙ୍କ ବୟାନ ରେକର୍ଡ଼ କରାଯାଇଛି । ଗତକାଲି ସେହିପରି ପୀଡ଼ିତା ଜଣକ ଡାକ୍ତରୀ ମାଇନା କରିବାକୁ ମନା କରିଥିଲେ । ଏନେଇ ସମସ୍ତ ସୂଚନା ଦେଇଥିଲେ ପୁରୀ ଏସପି ଉମା ଶଙ୍କର ।

ପୁରୀ ବଳଙ୍ଗା ଏଏସଆଇ ଚିତ୍ତରଞ୍ଜନ ଦାସଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ମାମଲାରେ ତାଙ୍କୁ ଗତକାଲି ଗିରଫ କରାଯାଇଥିଲା । ଗିରଫ ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ଏହାପୂର୍ବରୁ ତାଙ୍କୁ ଫସାଇବା ସହ ବ୍ଲାକମେଲ କରାଯାଉଥିବା ଅଭିଯୋଗ ସେ କରିଥିଲେ । ତାଙ୍କୁ ଗିରଫ କରିବା ପରେ ଏହି ମାମଲାର ପିପିଲି ଏସଡ଼ିପିଓ ତଦନ୍ତ ଜାରି ରଖିଥିଲେ । ଆଜି ତାଙ୍କୁ ଚାକିରିରୁ ନିଲମ୍ବିତ ମଧ୍ୟ କରାଯାଇଛି । ତାଙ୍କୁ ନିଲମ୍ବନ କରିଛନ୍ତି ପୁରୀ ଏସପି । ଏନେଇ ସୂଚନା ଦେଇଥିଲେ ପୁରୀ ଆଡ଼ସିନାଲ ଏସପି ।

ପାରିବାରିକ କଳହ ସମାଧାନ କରାଇଦେବାକୁ କହି ଦୁଷ୍କର୍ମ କରାଯାଇଥିବା ବଳଙ୍ଗା ଥାନା ଏଏସଆଇଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । ମହିଳାଙ୍କୁ ନିଜ ବାସଭବନକୁ ନେଇ ଦୁଷ୍କର୍ମ କରିଥିବା ପୀଡ଼ିତା ଜଣକ ନିଜେ ଅଭିଯୋଗ କରିଥିଲେ ।

Get real time updates directly on you device, subscribe now.