fbpx

ବଳଙ୍ଗା ଦୁଷ୍କର୍ମ ମାମଲାର ଭିନ୍ନ ମୋଡ଼

ବଳଙ୍ଗା, ୪ା୧(ଓଡ଼ିଶା ଭାସ୍କର): ବଳଙ୍ଗା ଥାନା ଏଏସଆଇଙ୍କ ବିରୋଧରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ ପୀଡ଼ିତାଙ୍କଠୁ ବୟାନ ରେକର୍ଡ଼ ବେଳେ ଦୁଷ୍କର୍ମ ହୋଇନି ବୋଲି ସେ କହିଛନ୍ତି । ମାଜିଷ୍ଟ୍ରେଟଙ୍କ ଆଗରେ ପୀଡ଼ିତାଙ୍କ ବୟାନ ରେକର୍ଡ଼ କରାଯାଇଛି । ଗତକାଲି ସେହିପରି ପୀଡ଼ିତା ଜଣକ ଡାକ୍ତରୀ ମାଇନା କରିବାକୁ ମନା କରିଥିଲେ । ଏନେଇ ସୂଚନା ଦେଇଛନ୍ତି ପୁରୀ ଏସପି ଉମା ଶଙ୍କର ।
ପୁରୀ ବଳଙ୍ଗା ଏଏସଆଇ ଚିତ୍ତରଞ୍ଜନ ଦାସଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ହୋଇଥିଲା । ଏହି ଦୁଷ୍କର୍ମ ମାମଲାରେ ତାଙ୍କୁ ଗତକାଲି ଗିରଫ କରାଯାଇଥିଲା । ଗିରଫ ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ଏହାପୂର୍ବରୁ ତାଙ୍କୁ ଫସାଇବା ସହ ବ୍ଲାକମେଲ କରାଯାଉଥିବା ଅଭିଯୋଗ ସେ କରିଥିଲେ । ତାଙ୍କୁ ଗିରଫ କରିବା ପରେ ଏହି ମାମଲାର ପିପିଲି ଏସଡ଼ିପିଓ ତଦନ୍ତ ଜାରି ରଖିଥିଲେ । ଆଜି ତାଙ୍କୁ ଚାକିରିରୁ ନିଲମ୍ବିତ ମଧ୍ୟ କରାଯାଇଛି । ତାଙ୍କୁ ନିଲମ୍ବନ କରିଛନ୍ତି ପୁରୀ ଏସପି । ଏନେଇ ସୂଚନା ଦେଇଛନ୍ତି ପୁରୀ ଆଡ଼ସିନାଲ ଏସପି ।
ପାରିବାରିକ କଳହ ସମାଧାନ କରାଇଦେବାକୁ କହି ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା । ମହିଳାଙ୍କୁ ନିଜ ବାସଭବନକୁ ନେଇ ଦୁଷ୍କର୍ମ କରିଥିବା ପୀଡ଼ିତା ଜଣକ ନିଜେ ଅଭିଯୋଗ କରିଥିଲେ ।

Get real time updates directly on you device, subscribe now.