ବାଲେଶ୍ୱର ବନ୍ଦ, ସୌମ୍ୟାଶ୍ରୀଙ୍କୁ ନ୍ୟାୟ ମିଳୁ

ହାତରେ ଫ୍ଲାକାଡ ଧରି ରାଜରାସ୍ତାକୁ ଓହ୍ଲାଇଛନ୍ତି ବିଜେଡି କର୍ମୀ।ଦୋକାନ ବଜାର, ସରକାର ଅଫିସ୍‌, ବେସରକାରୀ ଅନୁଷ୍ଠାନ ବନ୍ଦ ରହିଛି।

ବାଲେଶ୍ୱର: ଆଜି ବିଜେଡି ପକ୍ଷରୁ ବାଲେଶ୍ୱର ବନ୍ଦ । ସକାଳ ୬ଟା ଦିନ ୨ଟା ପର୍ଯ୍ୟନ୍ତ ବାଲେଶ୍ୱର ବନ୍ଦ ପାଳନ କରୁଛି ବିଜେଡି।

ସୌମ୍ୟାଶ୍ରୀ ମୃତ୍ୟୁ ମାମଲାରେ ନ୍ୟାୟ ଦାବିରେ ବନ୍ଦ ପାଳନ କରୁଛି ବିଜେଡି।

ଦୋକାନ ବଜାର, ସରକାର ଅଫିସ୍‌, ବେସରକାରୀ ଅନୁଷ୍ଠାନ ବନ୍ଦ ରହିଛି। ହାତରେ ଫ୍ଲାକାଡ ଧରି ରାଜରାସ୍ତାକୁ ଓହ୍ଲାଇଛନ୍ତି ବିଜେଡି କର୍ମୀ।

ଯେଉଁଭଳି ଭାବରେ ଛାତ୍ରୀ ଜଣକ ସମସ୍ତଙ୍କ ପାଖରେ ନ୍ୟାୟ ଭିକ୍ଷା କରି କରି ଶେଷରେ ନ୍ୟାୟ ନପାଇ ଚରମ ନିଷ୍ପତ୍ତି ନେଲା।

ନିଜ ଦେହରେ ପେଟ୍ରୋଲ ଢାଳି ନିଜକୁ ଆତ୍ମାହୁତି ଦେଲା। ଯଦିଓ ସୌମ୍ୟାଶ୍ରୀ ଏବେ ଆମ ଗହଣରେ ନାହିଁ, କିନ୍ତୁ ତା ପ୍ରତି ହୋଇଥିବା ଅନ୍ୟାୟ ଭଳି ଯେପରି ଆଉ କୌଣସି ଝିଅ ଅନ୍ୟାୟର ଶିକାର ନ ହୁଅନ୍ତି, ଏବଂ ସୌମ୍ୟାଶ୍ରୀକୁ ଉଚିତ୍ ନ୍ୟାୟ ପ୍ରଦାନ ଦାବିରେ ଆଜି ବାଲେଶ୍ୱରରେ ବନ୍ଦ ପାଳନ କରୁଛି ବିଜୁ ଜନତା ଦଳ।