fbpx

ବୈଜ୍ଞାନିକଙ୍କ ସାଙ୍ଘାତିକ ଚେତାବନୀ- ଚନ୍ଦା ଲୋକଙ୍କୁ କରୋନାର ଅଧିକ ବିପଦ

AAKASH

କରୋନା ସଙ୍କଟ ମଧ୍ୟରେ ଏହି ମହାମାରୀ ସମ୍ପର୍କରେ ଆଉ ଏକ ବଡ ତଥ୍ୟର ଖୁଲାସା ହୋଇଛି । ବୈଜ୍ଞାନିକଙ୍କ ମତରେ, ଚନ୍ଦା ଲୋକଙ୍କୁ କରୋନା ଭାଇରସ୍ ସଂକ୍ରମଣ କରିବାର ଅଧିକ ଆଶଙ୍କା ରହିଥାଏ । ଏହା ସହ ସେମାନଙ୍କ ମୃତ୍ୟୁ ହେବାର ସମ୍ଭାବନା ମଧ୍ୟ ଅଧିକ ଥାଏ । ବୈଜ୍ଞାନିକଙ୍କ ରିପୋର୍ଟ ମୁତାବକ, କେଶ ଝଡିବାରେ ଆଣ୍ଡ୍ରୋଜନ୍ ହରମୋନ୍ ଦାୟୀ ହୋଇଥାଏ । କରୋନା ଭାଇରସ ସବୁଠାରୁ ଖରାପ ସ୍ଥିତିରେ ଏହି ହରମୋନର ସମ୍ପନ୍ଧ ଥିବା ଦେଖିବାକୁ ମିଳିଛି ।

ଡେଲି ମେଲ ରିପୋର୍ଟ ମୁତାବକ,ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟର ପ୍ରଫେସର ତଥା ଅନୁସନ୍ଧାନର ମୁଖ୍ୟ କାଲୋର୍ସ କହିଛନ୍ତି ଯେ, ଆମେ ବାସ୍ତବରେ ଭାବୁଥାଉ କି ଚନ୍ଦାପଣ କରୋନା ଭାଇରସ୍ ପାଇଁ ବିପଦପୂର୍ଣ୍ଣ । ଏହା ପୂର୍ବରୁ ଜଣାପଡିଥିଲା ଯେ, କରୋନାରେ ଆକ୍ରାନ୍ତ ହେଉଥିବା ମହିଳାଙ୍କ ଅପେକ୍ଷା ପୁରୁଷଙ୍କ ଅଧିକ ମୃତ୍ୟୁ ହେଉଛି ।


ପ୍ରଫେସରଙ୍କ ମତରେ ଆମେ ସ୍ପେନର ଏକ ମେଡିକାଲରେ ଏହାକୁ ନେଇ ତଦନ୍ତ କରିଥିଲୁ । ତଦନ୍ତରେ ଜଣାପଡିଛି ଯେ, ମେଡିକାଲରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ମଧ୍ୟରେ ଚନ୍ଦା ବ୍ୟକ୍ତି ଅଧିକ । ମୈଡ୍ରିଡର ୩ଟି ମେଡିକାଲରେ ଭର୍ତ୍ତି ହୋଇଥିବା ୧୨୨ ରୋଗୀଙ୍କ ଉପରେ କରାଯାଇଥିବା ଏକ ଅଧ୍ୟୟନରେ ଜଣାପଡିଲା ଯେ, ସେମାନଙ୍କ ମଧ୍ୟରେ ୭୯ ପ୍ରତିଶତ ଲୋକ ଚନ୍ଦା ।

Get real time updates directly on you device, subscribe now.