fbpx
BSKY
BJD YOUTH SKY
BJD MS SKY

ସବୁ ସ୍କୁଲରେ ହେବ ନାମ ଲେଖା: ଗଣଶିକ୍ଷାମନ୍ତ୍ରୀ

ଭୁବନେଶ୍ୱର, ୬ା୬(ଓଡ଼ିଶା ଭାସ୍କର): ୨୦ରୁ କମ ସଂଖ୍ୟକ ଛାତ୍ରଛାତ୍ରୀ ଥିବା ସ୍କୁଲ ବନ୍ଦ ହେବନି । ଗତ ବର୍ଷ ଯେଉଁ ସ୍କୁଲରେ ନାମ ଲେଖା ହୋଇଥିଲା ସେଠାରେ ନାମ ଲେଖା ହେବ । କରୋନା ଦୃଷ୍ଟିରୁ ସବୁ ସ୍କୁଲରେ ନାମ ଲେଖା ହୋଇପାରିବ । ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ ଏନେଇ ସୂଚନା ଦେଇଛନ୍ତି । ଆସନ୍ତା ସେମାବାରଠାରୁ ଜୁଲାଇ ୧୫ ଯାଏ ସ୍କୁଲରେ ନାମ ଲେଖା ହେବ । ଉଲ୍ଲେଖଯୋଗ୍ୟ ଯେ ଚଳିତବର୍ଷଠୁ ୨୦ରୁ କମ ପିଲା ଥିବା ସ୍କୁଲ ବନ୍ଦ ନେଇ ଯୋଜନା ହୋଇଥିଲା । କିନ୍ତୁ ମହାମାରୀ କରୋନା ପାଇଁ ସବୁ ସ୍କୁଲରେ ନାମ ଲେଖା ହେବ । ଏହାସହ ସଟଡାଉନ ହୋଇଥିବା ଜିଲ୍ଳାରେ ମାଟ୍ରିକ ଖାତା ଦେଖା ହେବନାହିଁ ।

ଗତକାଲି ସ୍କୁଲରେ ନାମ ଲେଖା  ପ୍ରକ୍ରିୟା ଆରମ୍ଭ ପାଇଁ ସବୁ ଡ଼ିଇଓ ଓ ବିଇଓଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚିଠି ଲେଖାଯାଇଥିଲା । ଜୁଲାଇ ୧୫ସୁଦ୍ଧା ନାମ ଲେଖା ସାରିବାକୁ ଚିଠିରେ ଉଲ୍ଲେଖ କରାଯାଇଥିଲା । ସକାଳ ୭ଟାରୁ ୯ଟା ମଧ୍ୟରେ ନାମ ଲେଖା ହେବ ।ଏହାସହ ଏକ ସଙ୍ଗେ ୫ଜଣରୁ ଅଧିକ ଆଡ଼ିମିସନ କରିପାରିବେ ନାହିଁ ବୋଲି ନିର୍ଦ୍ଦେଶ ହୋଇଛି ।

Get real time updates directly on you device, subscribe now.