fbpx

କେରଳ ପରେ ହିମାଚଳ ପ୍ରଦେଶରେ ମରିଗଲା ମାନବିକତା! ଗର୍ଭବତୀ ଗାଈକୁ ଖୁଆଇଦେଲେ ବିସ୍ଫୋଟକ

କେରଳରେ ବିସ୍ଫୋଟକ ଖାଇଏକ ଗର୍ଭବତୀ ହାତୀ ହାତୀର ମୃତ୍ୟୁ ହେବା ପରେ ହିମାଚଳ ପ୍ରନେଶରୁ ଏଭଳି ଏକ ମର୍ମାନ୍ତୁକ ଘଟଣା ସାମାନକୁ ଆସିଛି । ହିମାଚଳ ପ୍ରଦେଶର ଜିଲ୍ଲା ବିଲାସପୁରର ଝଣ୍ଡୁତ୍ତା ଅଞ୍ଚଳରେ କେହି ଜଣେ ବିସ୍ଫୋରକ ବଲ ତିଆରି କରି ଗର୍ଭବତୀ ଗାଈକୁ ଖୁଆଇଦେଇଥିଲା, ଫଳରେ ଗାଈଟି ଗୁରୁତର ଆହତ ହୋଇଛି । ଗାଈଟିର ମାଲିକ ସୋସିଆଲ ମିଡିଆରେ ଘଟଣାର ଭିଡିଓ ସେୟାର କରିଛନ୍ତି, ଯାହାକି ଦିନୁକ ଦିନ ଭାଇରାଲ ହେବାରେ ଲାଗିଛି । ଏହି ଘଟଣା ପରେ ପୋଲିସ ଏକ ମାମଲା ରୁଜୁ କରି ଛାନଭିନ୍ ଆରମ୍ଭ କରିଛି । ଏହି ଘଟଣା ପରଠାରୁ ଲୋକଙ୍କ ମନରେ ଅଧିକ କ୍ରୋଧ ଜାତ ହୋଇଛି ।

ତେବେ ଏହା ପୂର୍ବରୁ କେରଳ ପାଲ୍ଲକ୍କଡ ଜିଲ୍ଲାର ଏକ ଗାଁକୁ ଗର୍ଭବତୀ ହାତୀ ଆସିଥିଲା । କିନ୍ତୁ କିଛି ଦୁର୍ବୃତ୍ତ ସପୁରୀରେ ବାରୁଦ ଦେଇ ମାଈ ହାତୀକୁ ଖାଇବାକୁ ଦେଇଥିଲେ । ବୋମା ବିସ୍ଫୋରଣ ହେବାରୁ ହାତୀ ଓ ତାର ଗର୍ଭସ୍ଥ ଶିଶୁର ମୃତ୍ୟୁ ହୋଇଥିଲା ।

Get real time updates directly on you device, subscribe now.