fbpx

ବାଲେଶ୍ୱର ସଦର ଉପନିର୍ବାଚନ ପ୍ରସଙ୍ଗ, ନିର୍ବାଚନ ଲଢ଼ିବେନି କହିଲେ ରବୀନ୍ଦ୍ର

ବାଲେଶ୍ୱର, ୨୩ା୯(ଓଡ଼ିଶା ଭାସ୍କର): ବାଲେଶ୍ୱର ସଦର ଉପନିର୍ବାଚନ ପ୍ରସଙ୍ଗରେ ଜିଲ୍ଲା ବିଜେଡ଼ି ସଭାପତି ରବୀନ୍ଦ୍ର ଜେନା ନିର୍ବାଚନ ନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଜିଲ୍ଲା ବିଜେଡ଼ି ସଭାପତି ଛାଡ଼ିବା ନେଇ ଚର୍ଚ୍ଚା ହେଉଥିଲା । ମିଡ଼ିଆରେ ଦଳ ଛାଡ଼ିବା ନେଇ ଖବର ପ୍ରକାଶ ପରେ ସେ କହିଛନ୍ତି ଯେ ଖବରର କୌଣସି ବାସ୍ତବତା ନାହିଁ ଏବଂ ସେ ଦଳ ସହ ଥିଲେ ଆଉ ରହିବେ ବୋଲି କହିଛନ୍ତି ।

ଏହାସହ ବାଲେଶ୍ୱର ସଦର ଉପନିର୍ବାଚନ ରେସରେ ନାହାନ୍ତି ବୋଲି ସେ କହିଛନ୍ତି । ୨୦୨୦ ଜାନୁୟାରୀରୁ ନିର୍ବାଚନ ନଲଢ଼ିବାକୁ ସେ ଘୋଷଣା କରିସାରିଛନ୍ତି । ନିଜ ପାଇଁ ଆଉ ଭୋଟ୍ ମାଗିବାକୁ ଯିବେ ନାହିଁ କହିଛନ୍ତି ରବୀନ୍ଦ୍ର । ଉପନିର୍ବାଚନ ପୂର୍ବରୁ ଅସନ୍ତୁଷ୍ଟ ଥିବା ନେଇ ଚର୍ଚ୍ଚା ହେଉଥିଲା । ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରତାପ ଜେନାଙ୍କ ସହ ବୈଠକ କରିବା ପରେ ସେ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.