fbpx

Bali was Bali, Delhi is Delhi… ନୂଆଦିଲ୍ଲୀ ଘୋଷଣାପତ୍ରକୁ ନେଇ ଏମିତି କାହିଁ କହିଲେ ଜୟଶଙ୍କର?

ନୂଆଦିଲ୍ଲୀ: ଜି୨୦ ସମ୍ମିଳନୀରେ ନୂଆଦିଲ୍ଲୀ ଘୋଷଣାପତ୍ରକୁ ମଞ୍ଜୁରୀ ମିଳିଛି । ତେବେ ନୂଆଦିଲ୍ଲୀ ଘୋଷଣାନାମା ଏବଂ ବାଲି ଘୋଷଣାନାମା ମଧ୍ୟରେ ତଳନାକୁ ନେଇ ମନ୍ତବ୍ୟ ଦେଇଛନ୍ତି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର । ଉଭୟ ଘୋଷଣାନାମା ମଧ୍ୟରେ ହେଉଥିବା ତୁଳନାକୁ ଖାରଜ କରିବା ସହ ଜୟଶଙ୍କର କହିଛନ୍ତି ଯେ, ବାଲି ଘୋଷଣା ପାଇଁ ପରିସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ ଥିଲା ଏବଂ ନୂଆଦିଲ୍ଲୀ ଘୋଷଣା ପାଇଁ ଏକ ଅନ୍ୟ ପରିସ୍ଥିତି ରହିଛି ।

ତେବେ ଏଭଳି ତୁଳନାକୁ ନେଇ ସେ କହିଛନ୍ତି … ବାଲି ବାଲି ଥିଲା ଏବଂ ଦିଲ୍ଲୀ ଦିଲ୍ଲୀ ହୋଇ ରହିବ । ବାଲିର ଘୋଷଣା ପତ୍ର ଏକ ବର୍ଷ ପୁର୍ବେ ହୋଇଥିଲା, ସେତେବେଳର ପରିସ୍ତିତି ସମ୍ପୂର୍ଣ୍ଣ ଭିନ୍ନ ଥିଲା । ଏହାପରେ ଅନେକ କିଛି ଘଟରା ଘଟିଯାଇଥିବା କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ।

ବର୍ତ୍ତମାନ ସମୟର ବୈଶ୍ୱିକ ସ୍ଥିତିକୁ ନଜରରେ ରଖି ଜି୨୦ ନେତାମାନେ ଏହି ଘୋଷଣା ପତ୍ର କରିଛନ୍ତି । ଏଥିରେ ମୋଟ୍ ୮ଟି ଅନୁଚ୍ଛେଦ ରହିଛି ଏବଂ ଯେଉଁଥିରୁ କେବଳ ୭ଟିରେ ୟୁକ୍ରେନ୍ ସମସ୍ୟା ବିଷୟରେ ଉଲ୍ଲେଖ ରହିଛି । ଏହା ବ୍ୟତିତ ବର୍ତ୍ତମାନ ବିଶ୍ୱରେ ଦେଖା ଦେଇଥିବା ସମସ୍ୟା ବିଷୟରେ ସୂଚନା ରହିଛି ।

ଏହା ସହିତ ଜୟଶଙ୍କର କହିଛନ୍ତି ଯେ,ଚୀନ୍ ଜି୨୦ ବୈଠକରେ ଭାରତର ବହୁତ ନିଷ୍ପତିକୁ ସମର୍ଥନ କରିଛି । ତେବେ ଗୋଟିଏ ଦେଶ ଆନ୍ତର୍ଜାତୀୟ ବୈଠକରେ କେଉଁ ସ୍ତରରେ ଅଂଶ ଗ୍ରହଣ କରିବ ଏହାର ନିଜଶ୍ୱ ନିଷ୍ପତି ହୋଇପାରେ । ତେବେ ମୁଁ ଭାବୁ ନାହିଁ କି ଏହାକୁ ଅଧିକ କିଛି ଭାବିବାର ଆବଶ୍ୟକତା ରହିଛି । ମୁଁ ଯାହା ଗୁରୁତ୍ୱପୂର୍ଣ୍ଣ ମନେ କରୁଛି ତାହା ହେଉଛି ଦେଶ କେଉଁ ଆଭିମୁଖ୍ୟ ଗ୍ରହଣ କରିଛି ଏବଂ ବିଚାର ବିମର୍ଶ ଏବଂ ଫଳାଫଳରେ ସେହି ଦେଶ କେତେ ଅବଦାନ ରଖିଛି ଏବଂ ମୁଁ କହିବି ଯେ ବିଭିନ୍ନ ଫଳାଫଳକୁ ଚୀନ୍ ବହୁତ ସମର୍ଥନ କରିଛି ।

ଏକ ଗୁରୁତ୍ୱପୁର୍ଣ୍ଣ ସଫଳତା ଭାବରେ ଭାରତ ସମସ୍ତ ଜି୨୦ ଦେଶର ସହମତିରେ ଦିଲ୍ଲୀ ଘୋଷଣାପତ୍ର ଗୃହିତ କରି ପାରିଛି । ଯେଉଁଥି ପାଇଁ ସମସ୍ତ ଜି୨୦ ସଦସ୍ୟ ରାଷ୍ଟ୍ର ଭାରତକୁ ଶୁଭେଚ୍ଛା ଜଣାଇଛନ୍ତି ।

Get real time updates directly on you device, subscribe now.