fbpx

ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ, ଜଣେ ଅଟକ

ବାଲିଗୁଡ଼ା,୨୯ା୧୧(ଓଡ଼ିଶା ଭାସ୍କର): ବାଲିଗୁଡ଼ାରେ ପୁଣିଥରେ ଲଜ୍ଜାକର ଘଟଣା ଦେଖିବାକୁ ମିଳିଛି । ଏକ ନବମ ଶ୍ରେଣୀର ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ହୋଇଥିବା ବାଲିଗୁଡ଼ା ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନାରେ ଅଭିଯୋଗ ହୋଇଥିବା ସୂଚନା ମିଳିଛି । ଏନେଇ ତୁମୁଡ଼ିବନ୍ଧ ଥାନାରେ ଜଣେ ୩୮ବର୍ଷର ବିବାହିତ ଯୁବକ ଶମ୍ଭୁ ମହାରଣାଙ୍କୁ ଅଟକ ରଖିଛି ପୋଲିସ ।

ଉଲ୍ଲେଖଯୋଗ୍ୟ ଯେ ଗତକାଲି ସନ୍ଧ୍ୟା ୭ଟା ସମୟରେ ନାବାଳିକା ଜଣଙ୍କ ନିଜ ମାଙ୍କ ସହ ଘରେ ଥିଲେ । ଏହି ସମୟରେ ଅଭିଯୁକ୍ତ ଜଣକ କୌଣସି ଏକ ବାହାନା କରି ତାଙ୍କୁ ଘର ବାହାରକୁ ଡାକି ନେଇଥିଲେ । ପରେ ତାଙ୍କୁ ଏକ ପରୀତ୍ୟକ୍ତ ଘରକୁ ନେଇ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲେ । ନାବାଳିକା ଜଣକ ଚିତ୍କାର କରିବା ପରେ ସାହିପଡ଼ିଶା ସେଠାକୁ ଯାଇ ତାଙ୍କୁ ଉଦ୍ଧାର କରିଥିଲେ । ଏହାପରେ ପୋଲିସକୁ ଖବର ଦେବା ପରେ ପୋଲିସ ଅଭିଯୁକ୍ତ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ।

Get real time updates directly on you device, subscribe now.