fbpx

ବିଧାନସଭା ବନ୍ଦ ନେଇ ବିଜେପି ଅଭିଯୋଗର ଜବାବ ରଖିଲା ବିଜେଡ଼ି

ଭୁବନେଶ୍ୱର,୨୯ା୧୧(ଓଡ଼ିଶା ଭାସ୍କର): ନିର୍ଦ୍ଧାରିତ ସମୟ ପୂର୍ବରୁ ଶୀତ ଅଧିବେଶନ ସରିବା ପ୍ରସଙ୍ଗରେ ବିଜେପି ଅଭିଯୋଗର ଜବାବ ରଖିଛି ବିଜେଡ଼ି । ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଗଣତାନ୍ତ୍ରିକ ଉପାୟରେ ହିଁ ବିଧାନସଭା ବନ୍ଦ ହୋଇଛି । ଏହାସହ ଆଲୋଚନା ପାଇଁ କୌଣସି ବିଲ୍ ନଥିଲା ବୋଲି ସେ କହିଛନ୍ତି । ସଂସ୍କୃତି ମନ୍ତ୍ରୀଙ୍କ ଗସ୍ତ ପ୍ରସଙ୍ଗରେ ପ୍ରମିଳା ମଲ୍ଲିକ ଉତ୍ତର ରଖି କହିଛନ୍ତି ସରକାରୀ ଅର୍ଥରେ ମନ୍ତ୍ରୀ ଯାଇ ନଥିବା ସରକାର ସ୍ପଷ୍ଟ କରିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ ନିର୍ଦ୍ଦାରିତ ସମୟ ପୂର୍ବରୁ ଶୀତ ଅଧିବେଶନ ସରିବା ପ୍ରସଙ୍ଗରେ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ବିଜେପି ସମାଲୋଚନା କରିଥିଲା । ଅଧିବେଶନ ଅଧାରୁ ବନ୍ଦ କରିବା ଅଗଣତାନ୍ତ୍ରିକ ବୋଲି ବିଜେପି କହିିଥିଲା । ବହୁ ସମସ୍ୟା ଥିବା ବେଳେ ବନ୍ଦ କରିବା ସରକାରଙ୍କ ଏହା ଅପାରଗତା । ସଂସ୍କୃତି ମନ୍ତ୍ରୀଙ୍କୁ ସରକାର କେଉଁ ଆଧାରରେ କ୍ଲିନଚିଟ ଦେଲେ ବୁଝାପଡ଼ୁନି । ଏହାସହ ସଂସ୍କୃତି ମନ୍ତ୍ରୀ ନୈତିକତା ଆଧାରରେ ଇସ୍ତଫା ଦିଅନ୍ତୁ ବୋଲି ବିଜେପି କହିଥିଲା ।
ଗତକାଲି ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହୋଇଥିଲା ବିଧାନସଭାର ଶୀତକାଳୀନ ଅଧିବେଶନ । ଗୃହକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବି ରଖିଥିଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ଡିସେମ୍ବର ୧୯ରେ ଶୀତ ଅଧିବେଶନ ଶେଷ ହେବାର ଥିଲା ।

Get real time updates directly on you device, subscribe now.