fbpx

ମର୍ମନ୍ତୁଦ ସଡକ ଦୁର୍ଘଟଣା: ବିବାହ ଭୋଜି ପାଲଟିଲା କାଳ, ଏକା ଥରେ ଉଡ଼ିଗଲା ଦଶଜଣ ଲୋକଙ୍କର ପ୍ରାଣବାୟୁ; ଶୋକପ୍ରକାଶ କରିଲେ ମୁଖ୍ୟମନ୍ତ୍ରୀ

Advertisement

ନୂଆଦିଲ୍ଲୀ: ସକାଳୁ ସକାଳୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏକ ସଡକ ଦୁର୍ଘଟଣାରେ ଦଶ ଜଣ ଲୋକଙ୍କର ପ୍ରାଣ ବାୟୁ ଉଡିଯାଇଛି। ସୂଚନାମୁତାବକ ରାୟପୁର ଛତିଶଗଡର ବାଲୋଦ ଜିଲ୍ଲାରେ ବୁଧବାର ବିଳମ୍ବିତ ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ଦଶ ଜଣଙ୍କର ମୃତ୍ୟୁ ଘଟିଛି। ବାଲୋଦ ଜିଲ୍ଲାର ଜଗତ୍ରା ନିକଟରେ ଏହି ଦୁର୍ଘଟଣା ଘଟିଛି। ଏହି ଘଟଣା ସମ୍ପର୍କରେ ସୂଚନା ଦେଇ ବାଲୋଦର ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୋଲିସ୍ (ଏସପି) ଜିତେନ୍ଦ୍ର କୁମାର ଯାଦବ କହିଛନ୍ତି ଯେ ବାଲୋଦ ଜିଲ୍ଲାର ଜଗତ୍ରା ନିକଟରେ ଟ୍ରକ୍ ଓ କାର ମଧ୍ୟରେ ଧକ୍କା ହେବା ଫଳରେ ଜଣେ ଶିଶୁ ଗୁରୁତର ଆହତ ହୋଇଥିବା ବେଳେ ୧୦ ଜଣଙ୍କର ମୃତ୍ୟୁ ଘଟିଛି।

ଆହତମାନଙ୍କୁ ଉନ୍ନତ ଚିକିତ୍ସା ପାଇଁ ରାୟପୁର ପଠାଯାଇଛି। ଟ୍ରକର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ଥିବା ବେଵାଲେ ତାଙ୍କୁ ଖୋଜା ଚାଲିଛି।ଏହି ଘଟଣାରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଭୁପେଶ ବଗେଲ ଦୁଃଖ ପ୍ରକାଶ କରିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି, ‘ବର୍ତ୍ତମାନ ଖବର ପ୍ରକାଶ ପାଇଛି ଯେ ବାଲୋଦର ପୁରୁର ଏବଂ ଚାରମା ମଧ୍ୟରେ ନିକଟରେ ଏକ ବିବାହ କାର୍ଯ୍ୟକୁ ଯାଉଥିବା ଏକ ବୋଲେରୋ ଏବଂ ଟ୍ରକ୍ ମଧ୍ୟରେ ଧକ୍କା ହେବା ଫଳରେ ୧୦ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଏକ ଝିଅର ଅବସ୍ଥା ଗୁରୁତର ରହିଛି। ଭଗବାନ ବିଦାୟ ପ୍ରାପ୍ତ ଆତ୍ମାମାନଙ୍କୁ ଶାନ୍ତି ଏବଂ ସେମାନଙ୍କ ପରିବାରକୁ ସାହସ ଦିଅନ୍ତୁ । ଆହତ ଶିଶୁର ପୁନରୁଦ୍ଧାର ପାଇଁ ମୁଁ ପ୍ରାର୍ଥନା କରୁଛି।

Get real time updates directly on you device, subscribe now.