fbpx
BJD SKY
BJD SKY

ଗୁଟଖା-ତମ୍ବାଖୁ ଉପରେ ବ୍ୟାନ ଆଦେଶ ଜାରି: ଅଭ୍ୟାସ ଥିଲେ ଜାଣି ରଖନ୍ତୁ ନିୟମ

BJD

ନୂଆଦିଲ୍ଲୀ: ଗୁଟଖା, ତମ୍ବାଖୁ କିମ୍ବା ପାନ ମସାଲା ଇତ୍ୟାଦି କାନ୍ସର ଭଳି ବଡ ବଡ ରୋଗର ପ୍ରମୁଖ କାରଣ । ଯାହା ଖାଇବା ଦ୍ୱାରା ଜଣେ ବ୍ୟକ୍ତି ମୃତ୍ୟୁବରଣ ମଧ୍ୟ କରିପାରନ୍ତି । ସେଥିପାଇଁ ଏହାକୁ ବ୍ୟାନ କରିବା ପାଇଁ ଅନେକ ଥର ଦାବି କରାଯାଇଛି । କିଛିଟା ସ୍ଥାନରେ ଏହା ଉପରେ ପ୍ରତିବନ୍ଧକ ମଧ୍ୟ ଲାଗୁ କରାଯାଇଛି । ତେବେ ଏଭଳି ଏକ ସ୍ଥାନ ହେଉଛି ତାମିଲନାଡୁ । ଏଠାରେ ଗୁଟଖା, ତମ୍ବାଖୁ ପାନ ମସାଲା ଏବଂ ନିକେଟିନ ବ୍ୟବହୃତ ଉତ୍ପାଦ, ବିକ୍ରି ଏବଂ ଉତ୍ପାଦନ ଉପରେ ପୂର୍ବରୁ ଲାଗିଥିବା ବ୍ୟାନକୁ ଆଉ ଏକ ବର୍ଷ ବୃଦ୍ଧି କରାଇଛନ୍ତି ଏଠାକାର ସରକାର ।

ସୂଚନା ଅନୁସାରେ, ତାମିଲନାଡୁରେ ତମ୍ବାଖୁ, ଗୁଟଖା ଭଳି ଦ୍ରବ୍ୟ ଉପରେ ପୂର୍ବରୁ ବ୍ୟାନ ଆଦେଶ ଜାରି ହୋଇଛି । କିନ୍ତୁ ବର୍ତ୍ତମାନ ଏହି ଆଦେଶକୁ ଆଉ ଏକ ବର୍ଷ ବୃଦ୍ଧି କରିଛନ୍ତି ତାମିଲନାଡୁ ସରକାର । ଆସନ୍ତା ୨୦୨୪ ମେ’ ପର୍ଯ୍ୟନ୍ତ ଏହି ନିଷିଦ୍ଧାଦେଶ ଜାରି ରହିବ । ଫୁଡ ସେଫ୍ଟି ଆଣ୍ଡ ଡ୍ରଗ ଆଡମିନିଷ୍ଟ୍ରେସନର କମିଶନର ଏ ନେଇ ସୂଚନା ଦେଇଛନ୍ତି । ମାଦ୍ରାସ ହାଇକୋର୍ଟ ଏହି ବ୍ୟାନ ଆଦେଶକୁ ଭୁଲ ବୋଲି କହିବାରୁ ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା । ଏଠାରେ ସର୍ବୋଚ୍ଚ ନ୍ୟାୟାଳୟ ହାଇକୋର୍ଟଙ୍କ ନଷ୍ପତ୍ତିକୁ ଖାରଜ କରିଥିଲେ । ତେବେ ଗୁଟଖା-ତମ୍ବାଖୁ ନିର୍ମାତା ହାଇକୋର୍ଟରେ ପହଞ୍ଚିବାରୁ ସରକାରଙ୍କ ନିଷ୍ପତ୍ତିକୁ ରଦ୍ଦ କରି ଦେଇଥିଲେ ଉଚ୍ଚ ନ୍ୟାୟାଳୟ । ସେ କହିଥିଲେ ଯେ, ସରକାର ସର୍ବାଧିକ ଗେଟିଏ ବର୍ଷ ପାଇଁ ତମ୍ବାଖୁ-ଗୁଟଖା ଉପରେ ବ୍ୟାନ ଲଗାଇପାରିବେ ।

ହାଇକୋର୍ଟ କହିଥିଲେ ଯେ, ଏଭଳି ଲଗାତାର ବ୍ୟାନ ଆଦେଶକୁ ବୃଦ୍ଧି କରିବା ଅନୁଚିତ । ଏହାପରେ ରାଜ୍ୟ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବାରୁ ଏଠାରେ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଖାରଜ କରାଯାଇଥିଲା । ରାଜଧାନୀ ଦିଲ୍ଲୀରେ ମଧ୍ୟ ତମ୍ବାଖୁ ଉତ୍ପାଦର ଉତ୍ପାଦନ ଏବଂ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯାଇଛି ।

Get real time updates directly on you device, subscribe now.