fbpx

ମାଗଣାରେ ଜମା ହେବନି, ଏଣିକି ବ୍ୟାଙ୍କ ନେବ ଚାର୍ଜ ! ୫୦ରୁ ୧୫୦ ଯାଏଁ..ଏସବିଆଇ ସମେତ ଅନେକ ବଡ ବ୍ୟାଙ୍କର ଘୋଷଣା

ନୂଆଦିଲ୍ଲୀ : ଭାରତର ରିଜର୍ଭ ବ୍ୟାଙ୍କ ଘୋଷଣା ପରେ ପୁଣି ଥରେ ବ୍ୟାଙ୍କରେ ନୋଟ୍ ବଦଳାଇବା ଭଳି ଜରୁରୀକାଳୀନ ପରିସ୍ଥିତି ଆରମ୍ଭ ହୋଇଛି। ଏଥର ଆରବିଆଇ ପ୍ରଚାରରୁ ୨୦୦୦ ଟଙ୍କା ନୋଟ୍ ପ୍ରତ୍ୟାହାର କରିବାକୁ ଘୋଷଣା କରିଛି। ଯଦିଓ ଏହି ନୋଟ୍ ଅଦଳବଦଳ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଚାଲିବ କିନ୍ତୁ ଏହା ପୂର୍ବରୁ ବ୍ୟାଙ୍କଗୁଡିକ ଏଥିପାଇଁ ନିଜର ଚାର୍ଜ ଦାବି କରିଛନ୍ତି । ଜଣେ ବ୍ୟକ୍ତି କେତେ ଥର ମାଗଣାରେ ନୋଟ୍ ଅଦଳବଦଳ କରିପାରିବ ଏବଂ ବ୍ୟଙ୍କ ସେମାନଙ୍କ ଠାରୁ କେତେ ଟଙ୍କା ଚାର୍ଜ ନେବ ସେନେଇ ବଡ ଘୋଷଣା ହୋଇଛି ।

ବ୍ୟାଙ୍କଗୁଡିକ ବର୍ତ୍ତମାନ ନୋଟ୍ ବିନିମୟ ପାଇଁ ଫି ଆଦାୟ କରିବାକୁ ଚିନ୍ତା କରୁଛନ୍ତି । କାରବାର ଉପରେ ସେବା ଚାର୍ଜ ନେବା ବିଷୟରେ ଅନେକ ବ୍ୟାଙ୍କ ଆଲୋଚନା କରିଛନ୍ତି। ଆମେ ଆପଣଙ୍କୁ କହୁଛୁ ନୋଟ୍ ବଦଳାଇବା ପାଇଁ ଏସବିଆଇ ସମେତ ଅନ୍ୟାନ୍ୟ ବଡ ବ୍ୟାଙ୍କ କେତେ ନେବେ?

ଏସବିଆଇ ୩ଟି ମାଗଣା ଜମା ଦେବ
ଦେଶର ବୃହତ୍ତମ ସରକାରୀ ବ୍ୟାଙ୍କ ଏସବିଆଇ (ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ) କେବଳ ଗୋଟିଏ ମାସରେ ୩ଟି ମାଗଣା ନଗଦ ଜମା ସୁବିଧା ପ୍ରଦାନ କରିବ। ଏହା ପରେ ବ୍ୟାଙ୍କ ୫୦ ଟଙ୍କା ଏବଂ ଜିଏସଟି ନେବ ବୋଲି କହିଛି। ଗ୍ରାହକଙ୍କ ଆକାଉଣ୍ଟକୁ ଟଙ୍କା କ୍ରେଡିଟ୍ କରିବା ପାଇଁ ସମାନ ସୁବିଧା ପ୍ରଯୁଜ୍ୟ ହେବ । ମେସିନ୍ ମାଧ୍ୟମରେ ନଗଦ ଜମା କରିବା ପାଇଁ କୌଣସି ଦେୟ ଦେବାକୁ ପଡିବ ନାହିଁ । କିନ୍ତୁ ଡେବିଟ୍ କାର୍ଡରେ ଜମା କରିବା ପାଇଁ ୨୨ ଟଙ୍କା ସହ ଜିଏସଟି ଚାର୍ଜ ଲାଗିବ ।

ଏଚଡିଏଫସି ୪ ଟି ମାଗଣା କାରବାର ଦେବ
ସର୍ବବୃହତ ଘରୋଇ କ୍ଷେତ୍ର ବ୍ୟାଙ୍କ ଏଚଡିଏଫସି ବ୍ୟାଙ୍କ ପ୍ରତି ମାସରେ ୪ଟି ମାଗଣା କାରବାର ଦେବ ବୋଲି ଘୋଷଣା କରିଛି । ଏହି ୪ଟି ମାଗଣା ପରେ ଆଗମୀ କାରବାର ପାଇଁ ବ୍ୟାଙ୍କ ୧୫୦ ଟଙ୍କା ଚାର୍ଜ ନେବ । ଗ୍ରାହକ ପ୍ରତି ମାସରେ ୨ ଲକ୍ଷ ଟଙ୍କା ଜମା କରିବାକୁ ସକ୍ଷମ ହେବେ। ଏହା ପରେ ପ୍ରତି ହଜାରେ ୫ ଟଙ୍କାରୁ ୧୫୦ ଟଙ୍କା ଯାଏଁ ଏବଂ ଟିକସ ଦେବାକୁ ପଡିବ ।

ଆଇସିଆଇସିଆଇ ବ୍ୟାଙ୍କ ମଧ୍ୟ ୪ ଟି କାରବାର ଦେବ
ଆଇସିଆଇସିଆଇ ବ୍ୟାଙ୍କ ଦ୍ୱିତୀୟ ବୃହତ୍ତମ ବେସରକାରୀ ବ୍ୟାଙ୍କ ଭାବରେ ଗ୍ରାହକଙ୍କୁ ଗୋଟିଏ ମାସରେ ୪ଥର ମାଗଣା କାରବାରର ସୁବିଧା ଦେଇଛି। ଏହା ପରେ ପ୍ରତ୍ୟେକ କାରବାରରେ ୧୫୦ ଟଙ୍କା ଦେୟ ଦେବାକୁ ପଡିବ । ଗ୍ରାହକମାନେ ଗୋଟିଏ ମାସରେ ସେମାନଙ୍କ ସଞ୍ଚୟ ଆକାଉଣ୍ଟରେ ମାତ୍ର ୧ ଲକ୍ଷ ଟଙ୍କା ଜମା କରିପାରିବେ । ଏହି ସୀମା ପରେ ୧୦୦୦ ଟଙ୍କା ପାଇଁ ୫ ଟଙ୍କାରୁ ୧୫୦ ଟଙ୍କା ଯାଏଁ ବା ତା’ଠାରୁ ଅଧିକ ଚାର୍ଜ ଦେବାକୁ ପଡିପାରେ ।

କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ୫ ମାଗଣା କାରବାର
ସେହଭଳି କୋଟାକ୍ ମହିନ୍ଦ୍ରା ମଧ୍ୟ ଗ୍ରାହକଙ୍କୁ ପ୍ରତି ମାସରେ ୫ଟି ମାଗଣା କାରବାର ଦେବ ବୋଲି କହିଛି । ଏଥିରେ ଉଭୟ ଜମା ଏବଂ ଅଦଳବଦଳ ଅନ୍ତର୍ଭୁକ୍ତ ରହିଛି । ଏହି ସୀମା ଅତିକ୍ରମ କରିବା ପରେ ୧୫୦ ଟଙ୍କା ଚାର୍ଜ ଆଦାୟ କରାଯିବ। ଆପଣ ବ୍ୟାଙ୍କ ଶାଖାରେ କିମ୍ବା ମେସିନ୍ ମାଧ୍ୟମରେ ଟଙ୍କା ଜମା କରନ୍ତୁ ଏହି ଚାର୍ଜ ସମାନ ରହିବ ।

Get real time updates directly on you device, subscribe now.