fbpx

ପୁରୀରୁ ହାଓଡା ପର୍ଯ୍ୟନ୍ତ ବନ୍ଦେ ଭାରତ ଏକ୍ସପ୍ରେସ୍‍ର ପରୀକ୍ଷାମୂଳକ ଚଳାଚଳ ଆରମ୍ଭ

ଭୁବନେଶ୍ୱର: ରାଜ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ୍‍ ଟ୍ରେନ୍‍ର ପରୀକ୍ଷାମୂଳକ ଚଳାଚଳ ଆରମ୍ଭ ହୋଇଛି । ପୂର୍ବ ନିର୍ଦ୍ଧାରୀତ ସୂଚୀ ଅନୁୟାୟୀ ବନ୍ଦେ ଭାରତ ଏକ୍ସପ୍ରେସ୍‍ ଆଜି ଅପରାହ୍ନ ଗୋଟାଏ ୫୦ ମିନିଟ୍‍ ସମୟରେ ପୁରୀରୁ ହାଓଡା ଅଭିମୁଖେ ଯାତ୍ରା କରିଛି । ଏହି ଅତ୍ୟାଧୁନିକ ଟ୍ରେନ୍‍ଟି ଆଜି ସକାଳ ୬ଟା ୧୦ରେ ହାଓଡାରୁ ବାହାରି ମଧ୍ୟାହ୍ନ ୧୨ଟା ୪୫ ମିନିଟ ପୁରୀରେ ଆସି ପହଞ୍ôଚଥିଲା । ଆସିବା ବେଳେ ଟ୍ରେନ୍‍ଟି ଖଡଗପୁର, ଭଦ୍ରକ, ଯାଜପୁର, କଟକ, ଭୁବନେଶ୍ୱର ଓ ଖୋର୍ଦ୍ଧାରେ ୨ ମିନିଟ୍‍ ଲେଖାଏଁ ରହଣୀ ରହିଥିଲା ।

ସେହିପରି ପୁରୀରୁ ହାଓଡା ଅଭିମୁଖେ ଯାଉଥିବା ଟ୍ରେନଟି ରାତି ସାଢେ ୮ଟାରେ ହାଓଡାରେ ପହଞ୍ôଚବ । ଘଣ୍ଟାକୁ ୧୩୦ କି.ମି ବେଗରେ ଗତି କରିବାର କ୍ଷମତା ଥିବା ବନ୍ଦେ ଭାରତ ଏକ୍ସପ୍ରେସ୍‍ ଟ୍ରେନରେ ଯାତ୍ରୀମାନଙ୍କ ପାଇଁ ବିଭିନ୍ନ ପ୍ରକାର ଅତ୍ୟାଧୁନିକ ସୁବିଧା ରହିଛି । ଏହା ଦ୍ୱାରା ଆରାମଦାୟକ ଯାତ୍ରା ସହ କମ୍‍ ସମୟ ମଧ୍ୟରେ ଯାତ୍ରୀମାନେ ଗନ୍ତବ୍ୟ ସ୍ଥଳରେ ପହଞ୍ôଚ ପାରିବେ । ଟ୍ରେନଟି ନିୟମିତ ଭାବେ ଚାଲିବା ପୂର୍ବରୁ ତିନୋଟି ଟ୍ରାଏଲ୍‍ ରନ୍‍ କରାଯିବ ଯାହାକି ଆଜିଟାରୁ ଆରମ୍ଭ ହୋଇଛି । ତେବେ ନିୟମିତ ଭାବେ ଏହା କେବେଠାରୁ ଚଳାଚଳ କରିବା ସେନେଇ ସମୟ ସାରଣୀ ପ୍ରସ୍ତୁତ ହୋଇନାହିଁ । ଟ୍ରେନଟିକୁ ଦେଖିବା ପାଇଁ ପୁରୀ ରେଳ ଷ୍ଟେସନ୍‍ରେ ଲୋକଙ୍କର ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା ।

 

Get real time updates directly on you device, subscribe now.