fbpx
BSKY
BJD MC SKY
BJD YOUTH SKY

ଅଧାରେ ଅଟକି ରହିଛି ‘ବନ୍ଦେ ଭାରତ ଏକ୍ସପ୍ରେସ’: ଭାଙ୍ଗିଗଲା ଲୋକୋ ପାଇଲଟର ସାମନା ଗ୍ଲାସ

ଯାଜପୁର: ପୁରୀ-ହାୱଡା ଯିବା ବାଟରେ ଅଧାରେ ଅଟକିଗଲା ବନ୍ଦେ ଭାରତ ଏକ୍ସପ୍ରେସ । ଯାଜପୁର ବୈତରଣୀ ରୋଡ ନିକଟ ବୈତରଣୀ ବ୍ରିଜ ଉପରେ ଆଗକୁ ଯାଇ ନ ପାରି ଅଟକି ରହିଛି ଏହି ସୁପରଫାଷ୍ଟ ଟ୍ରେନ । ଅପରାହ୍ନ ୪.୩୫ରୁ ଗୋଟିଏ ଜାଗାରେ ଟ୍ରେନଟି ଠିଆ ହୋଇ ରହିଛି । କାଳବୈଶାଖୀର ପ୍ରଭାବରେ ବନ୍ଦେ ଭାରତ ଏକ୍ସପ୍ରେସ ଅଧାରେ ଅଟକି ରହିଥିବା ଦେଖିବାକୁ ମିଳିଛି । କାଳବୈଶାଖୀ ଯୋଗୁଁ ଗଛ ପଡି ଲୋକୋ ପାଇଲଟ ସାମ୍ନା ଗ୍ଲାସ ଭାଙ୍ଗି ଯାଇଥିବା ଜଣାଯାଇଛି । ତେବେ ଗଛ ହଟାଇ ଗାଡିକୁ ବାଟ କାଢିବା ସହ ପୁଣି ଥରେ ଯାତ୍ରା ସ୍ୱାଭାବିକ କରିବା ପାଇଁ ପ୍ରୟାସ ଜାରି ରହିଛି ।

Get real time updates directly on you device, subscribe now.