fbpx
BJD SKY
BJD SKY

(Video) ମୋଦୀଙ୍କୁ ଦେଖି ପାଦ ତଳେ ପଡିଗଲେ ପାପୁଆ ନ୍ୟୁ ଗିନିର ପ୍ରଧାନମନ୍ତ୍ରୀ: କୁଣ୍ଢାଇ ପକାଇଲେ ପ୍ରଧାନମନ୍ତ୍ରୀ

BJD

ନୂଆଦିଲ୍ଲୀ: ଜାପାନ ପରେ ପାପୁଆ ନ୍ୟୁ ଗିନି ଗସ୍ତରେ ପହଞ୍ଚିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଭାବରେ ମୋଦୀ ପାପୁଆ ନ୍ୟୁ ଗିନିକୁ ଯାତ୍ରା କରିଛନ୍ତି । ତେଣୁ ସେଠାରେ ପହଞ୍ଚିବା ପରେ ଭାରତର ପ୍ରଧାମନ୍ତ୍ରୀଙ୍କୁ ଏକ ଭବ୍ୟ ସ୍ୱାଗତ କରାଯାଇଛି । ପାପୁଆ ନ୍ୟୁ ଗିନିର ପ୍ରଧାନମନ୍ତ୍ରୀ ଜେମ୍ସ ମାରାପେ ମୋଦୀଙ୍କ ପାଦ ଛୁଇଁ ତାଙ୍କୁ ପାଛୋଟି ନେଇଛନ୍ତି । ତେବେ ଏହାପରେ ମୋଦୀଜୀ ନ୍ୟୁ ଗିନିର ପ୍ରଧାନମନ୍ତ୍ରୀଙ୍କୁ ଆଲିଙ୍ଗନ କରିଛନ୍ତି । ଯାହାର ଏକ ଭିଡିଓ ଏବେ ଖୁବ ଭାଇରାଲ ହେଉଛି ।

ପାପୁଆ ନ୍ୟୁ ଗିନିରେ ପହଞ୍ଚିବା ପରେ ପୋର୍ଟ ମୋରେସବିରେ ମୋଦୀଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଛି । ଏହାପରେ ଭାରତର ସମୁଦାୟ ଲୋକଙ୍କ ସହ ମୋଦୀଙ୍କୁ ଭେଟ କରାଇବା ସହ ଏକ ଭବ୍ୟ ସ୍ୱାଗତ କରିଛନ୍ତି ପାପୁଆ ନ୍ୟୁଗିନିର ପ୍ରଧାନମନ୍ତ୍ରୀ ଜେମ୍ସ ମାରାପେ । ଏହି ସମୟରେ ଜେମ୍ସ ମୋଦୀଙ୍କ ପାଦ ଛୁଇଁ ତାଙ୍କୁ ପ୍ରଣାମ କରିଛନ୍ତି । ପରେ ମୋଦୀଙ୍କୁ କୋଳେଇ ନେଇଥିବାର ଏକ ଭିଡିଓ ଏବେ ଭାଇରାଲ ହେଉଛି । ତେବେ ପାପୁଆ ନ୍ୟୁ ଗିନିର ପ୍ରଧାମନ୍ତ୍ରୀଙ୍କ ଏଭଳି ଏକ କାର୍ଯ୍ୟ ସମସ୍ତ ଭାରତୀୟଙ୍କୁ ଗର୍ବିତ କରିଛି । ତେବେ ଏହା ସହିତ ବିଦେଶରେ ମଧ୍ୟ ମୋଦୀଙ୍କ ଦବଦବା କେତେ ରହିଛି ତାହା ସ୍ପଷ୍ଟ ରହିଛି । ନିଜର ଶାସନ ଏବଂ ନିଷ୍ପତ୍ତି ଯୋଗୁଁ ପ୍ରଧାନମନ୍ତ୍ରୀ ମୋଦୀ ସାରା ବିଶ୍ୱରେ ଲୋକପ୍ରିୟ ହୋଇ ପାରିଛନ୍ତି ।

ପିଏଢ଼ ମୋଦୀ ପାପୁଆ ନ୍ୟୁ ଗିନିର ପ୍ରଧାନମନ୍ତ୍ରୀଙ୍କ ସହ ଫୋରମ ଫର ଇଣ୍ଡିଆ-ପାସିଫିକ ଆଇଲାଣ୍ଡସ କୋ-ଅପରେସନର ତୃତୀୟ ଶିଖର ସମ୍ମେଳନର ସଂଯୁକ୍ତ ଭାବରେ ଆୟୋଜନ କରିବେ । ଏହି ଗସ୍ତ ପୂର୍ବରୁ ସମସ୍ତ ୧୪ ପ୍ରଶାନ୍ତ ଦ୍ୱୀପ ଦେଶ ଏହି ମୁଖ୍ୟ ଶିଖର ସମ୍ମେଳନରେ ସାମିଲ ହେବାର ନିମନ୍ତ୍ରଣକୁ ସ୍ୱୀକାର କରିଥିବାରୁ କୃତଜ୍ଞତା ଜଣାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପାପୁଆ ନ୍ୟୁ ଗିନି ଗସ୍ତ ଶେଷ କରିବା ପରେ ଅଷ୍ଟ୍ରେଲିଆକୁ ମୋଦୀ ଗସ୍ତ କରିବେ ।

Get real time updates directly on you device, subscribe now.