fbpx

ଟ୍ରେନିଂ ସମୟରେ ଏଫ୍‌-୧୮ ଫାଇଟର ବିମାନ ଦୁର୍ଘଟଣାଗ୍ରସ୍ତ, ଡେଇଁପଡ଼ିଲେ ପାଇଲଟ : ସାମ୍ନାକୁ ଆସିଲା Video

ମାଦ୍ରିଦ : ସ୍ପେନର ରାଜଧାନୀ ମାଦ୍ରିଦଠାରୁ ପ୍ରାୟ ୩୦୦ କିଲୋମିଟର ଦୂରରେ ଥିବା ଜାରାଗୋଜା ଏୟାରବେସ ନିକଟରେ ଦୁର୍ଘଟଣାଗ୍ରସ୍ତ ହେବା ଏଫ୍‌-୧୮ ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ସେଥିରେ ନିଆଁ ଲାଗିଯାଇଥିଲା । ଏବେ ଟ୍ୱିଟରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଆମେରିକାରେ ନିର୍ମିତ ଏକ ଏଫ୍‌-୧୮ ଲଢ଼ୁଆ ବିମାନ ଉଚ୍ଚତାରୁ ତଳକୁ ଖସି ପଡୁଛି ଓ ସେଥିରେ ବିସ୍ଫୋରଣ ପରେ ନିଆଁ ଲାଗିଯାଇଥିବା ଦେଖିବାକୁ ମିଳିଛି ।

କିନ୍ତୁ ବିମାନ ତଳେ ପଡିବା ପୂର୍ବରୁ ପାଇଲଟ ବିମାନରୁ ବାହାରି ଯାଇଥିଲେ । ଫଳରେ ତାଙ୍କୁ ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିପଦମୁକ୍ତ ଥିବା ସ୍ପେନର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ଟ୍ଵିଟ ଯୋଗେ ଜଣାଯାଇଛି । ଏହି ଫାଇଟର ଏୟାରକ୍ରାଫ୍ଟ ଏକ ଫ୍ଲାଇଙ୍ଗ ପ୍ରଦର୍ଶନୀରେ ଭାଗ ନେଇଥିବା ବେଳେ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ହୋଇଥିବା ମାକଡୋନେଲ ଡୋଗୁଲସ ଏଫ୍‌-୧୮ ହରନେଟ୍‌ ପ୍ରତିରକ୍ଷା ସେବାରେ ୧୯୮୬ ରେ ପ୍ରବେଶ କରିଥିଲା ।

ଏହା ପ୍ରଥମ ଏୟାରକ୍ରାପ୍ଟ ଯାହାର କାର୍ବନ ଫାଇବର ଓ୍ଵିଙ୍ଗ ଏବଂ ଡିଜିଟାଲ ଫ୍ଲାଏ ବ୍ୟବସ୍ଥା ରହିଛି । ତେବେ କେଉଁ ପରିସ୍ଥିତିରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହେଲା ତାହା ଜଣାପଡିନାହିଁ । ଦୁର୍ଘଟଣାର ତଦନ୍ତ ଚାଲିଛି । ଦୁର୍ଘଟଣା ପରେ ଦୁର୍ଘଟଣା ସ୍ଥଳ ସମ୍ପୁର୍ଣ୍ଣ ନିଆଁ ଗୁଳାରେ ପରିବର୍ତ୍ତନ ହୋଇଥିବା ଭିଡିଓରେ ଦେଖାଯାଇଛି ।

Get real time updates directly on you device, subscribe now.