fbpx

‘ବନ୍ଦେ ଉତ୍କଳ ଜନନୀ’ ଏବେ ରାଜ୍ୟ ସଙ୍ଗୀତ, ପାଠ୍ୟକ୍ରମଭୁକ୍ତ କରିବା ପାଇଁ ନିର୍ଦ୍ଦେଶ

Advertisement

ଭୁବନେଶ୍ୱର,୭ ।୬(ଓଡିଶା ଭାସ୍କର): ‘ବନ୍ଦେ ଉତ୍କଳ ଜନନୀ’କୁ ମିଳିଲା ରାଜ୍ୟ ସଙ୍ଗୀତ ମାନ୍ୟତା । ରାଜ୍ୟ କ୍ୟାବିନେଟ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏନେଇ କ୍ୟାବିନେଟ୍ ବୈଠକ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ ସୂଚନା ଦେଇଛନ୍ତି ।

ଏହା ସହ ସେ କହିଛନ୍ତି ଯେ, ବନ୍ଦେ ଉତ୍କଳ ଜନନୀ’ ଓଡିଆ ଜାତିର ସ୍ୱାଭିମାନର ପ୍ରତୀକ । କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଦ୍ୱାରା ରଚିତ ଏହି ସଙ୍ଗୀତକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଗଠିତ କ୍ୟାବିନେଟରେ ମାନ୍ୟତା ମିଳିଛି । କାନ୍ତକବିଙ୍କର ଏହି କାଳଜୟୀ ରଚନା ପ୍ରତିଟି ଓଡିଆଙ୍କ ଭାବନାରେ ରହିଛି । ଓଡିଆଙ୍କ ଭାବାବେଗକୁ ସମ୍ମାନ ଜଣାଇ ରାଜ୍ୟ କ୍ୟାବିନେଟ୍ ଏଭଳି ନିଷ୍ପତ୍ତି ନେଇଛି ।’

ତେବେ ସଙ୍ଗୀତର ସୃଜନାତ୍ମକ ପରିବେଷଣ ଉପରେ ବି ରହିବନି କଟକଣା । ଏହି ସଙ୍ଗୀତକୁ ପାଠ୍ୟକ୍ରମଭୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସ୍କୁଲ ଓ କଲେଜ ପାଠ୍ୟକ୍ରମରେ ସଙ୍ଗୀତକୁ ଅନ୍ତର୍ଭୁକ୍ତ କରିବାକୁ ନିର୍ଦେଶ ଦିଆଯାଇଛି । ଏହି ସଙ୍ଗୀତକୁ ଗାନ କାରୟୁବ ସମୟରେ ସମସ୍ତେ ଠିଆ ହୋଇ ସମ୍ମାନ ଜଣାଇବେ । କେବଳ ବୟସ୍କ, ଅକ୍ଷମ, ଶିଶୁ ଓ ଗର୍ଭବତୀ ଚାହିଁଲେ ନମ୍ର ଭାବେ ବସି ପାରିବେ । ପୋଲିସ ବ୍ୟାଣ୍ଡ, ବଂଶୀ ଓ ସୀତାର ମାଧ୍ୟମରେ ପରିବେଷଣ କରାଯିବ । ସଙ୍ଗୀତର ପ୍ରଚାର, ପ୍ରସାର ଓ ଅଭିବୃଦ୍ଧି ଉପରେ କଟକଣା ନାହିଁ । ଏହି ସଙ୍ଗୀତ ଗାୟନର ଅନୁମୋଦିତ ସ୍ୱର ,ଶୈଳୀ ତଥା ରେକର୍ଡିଂ ସୂଚନା ଓ ଲୋକସଂପର୍କ ବିଭାଗ ଦ୍ୱାରା ପ୍ରସ୍ତୁତ କରାଯିବା ପାଇଁ ସ୍ଥିର ହୋଇଛି । ଏହି ସଙ୍ଗୀତ ଗାୟନ ଅବଦ୍ଧି ସ୍ୱର ତଥା ଶୈଳୀ ଉପରୋକ୍ତ ରେକର୍ଡିଂ ପ୍ରକାରେ ନିର୍ଦ୍ଧାରିତ ହୋଇଛି । ରାଜ୍ୟସରକାରଙ୍କର ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ତଥା ବିଧାନସଭାର ଅଧିବେଶନରେ ଏହି ସଙ୍ଗୀତର ବିନା ବାଦ୍ୟରେ ପ୍ରସ୍ତୁତ ଅନୁମୋଦିତ ସଂସ୍କରଣ ପରିବେଶଣ ବା ଗାନ କରାଯିବ ।

 

Get real time updates directly on you device, subscribe now.