fbpx
BJD SKY
BJD SKY

ବାଂଲାଦେଶ ୫୧ ରନରେ ଅଲଆଉଟ୍: ଐତିହାସିକ ପଦକ ଲକ୍ଷ୍ୟରେ ଭାରତ

BJD

ନୂଆଦିଲ୍ଲୀ: ମାଲେଶିଆ ବିପକ୍ଷ କ୍ୱାର୍ଟର ଫାଇନାଲ ବର୍ଷା କାରଣରୁ ବାଧାପ୍ରାପ୍ତ ହେବା ପରେ ଆଜି ଏସିଆନ ଗେମ୍ସରେ ଭାରତ-ବାଂଲାଦେଶ ମଧ୍ୟରେ ହ୍ୱାଙ୍ଗଝୁଠାରେ ସେମିଫାଇନାଲ ମ୍ୟାଚ ଆରମ୍ଭ ହୋଇଛି । ୯ ବର୍ଷ ପରେ ଏସିଆନ ଗେମ୍ସକୁ କ୍ରିକେଟ ଫେରିଥିବା ବେଳେ ଭାରତ ପ୍ରଥମ ଥର ଏହି ଖେଳରେ ଭାଗ ନେଇଛି । ଆଜି ଜିତିଲେ ଭାରତୀୟ ମହିଳା ଟିମ୍ ଫାଇନାଲରେ ପ୍ରବେଶ କରିବା ସହ ପଦକ ସୁନିଶ୍ଚିତ କରିବ ।

ଟସ୍ ଜିତିବା ପରେ ବାଂଲାଦେଶ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଦଳ କୌଣସି ରନ କରିବା ପୂର୍ବରୁ ତା’ର ପ୍ରଥମ ୱିକେଟ ହରାଇଥିଲା । ଏହାପରେ ଭାରତୀୟ ବୋଲରଙ୍କ ଶାଣିତ ବୋଲିଂକୁ ମୁକାବିଲା କରି ନପାରି ଜଣଙ୍କ ପରେ ଜଣେ ବାଂଲାଦେଶୀ ବ୍ୟାଟ୍ସମ୍ୟାନ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ । ଫଳରେ ବାଂଲାଦେଶ ୧୭.୫ ଓଭରରେ ମାତ୍ର ୫୧ ରନ୍ କରି ଅଲଆଉଟ ହୋଇଯାଇଥିଲା ।

ବାଂଲାଦେଶ ପକ୍ଷରୁ ଅଧିନାୟକ ତଥା ୱିକେଟ ରକ୍ଷକ ନିଗାର ସୁଲତାନା ସର୍ବାଧିକ ୧୨ ରନ ସଂଗ୍ରହ କରିଥିବା ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଟପିପାରି ନଥିଲେ । ଦଳର ୫ ଜଣ ବ୍ୟାଟ୍ସମ୍ୟାନ ଶୂନରେ ଲଜ୍ଜାଜନକ ଭାବେ ଆଉଟ୍ ହୋଇଥିଲେ । ଭାରତ ପକ୍ଷରୁ ପୂଜା ଭଷ୍ଟ୍ରାକର ସର୍ବାଧିକ ୪ଟି ୱିକେଟ ଅକ୍ତିଆର କରିଥିଲେ । ବାଂଲାଦେଶ କମ୍ ସ୍କୋର କରିଥିବାରୁ ଭାରତକୁ ଫାଇନାଲରେ ପହଞ୍ଚିବାର ଏକ ସୁବର୍ଣ୍ଣ ସୁଯୋଗ ରହିଛି ।

Get real time updates directly on you device, subscribe now.