fbpx
BJD SKY
BJD SKY

ପୋଖରୀରେ ବସ୍ ଖସି ଦୁର୍ଘଟଣା: ପାଣିରେ ବୁଡି ୧୭ ଯାତ୍ରୀ ମୃତ, ୩୫ ଆହତ

BJD

ଢାକା: ବାଲାଂଦେଶରେ ଏକ ବଡ଼ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ବାଲାଂଦେଶର ଝାଲକାଥୀ ସଦର ଉପଜିଲ୍ଲାରେ ଥିବା ଛତ୍ରକଣ୍ଡା ଅଞ୍ଚଳରେ ଏକ ବସ୍ ପୋଖରୀକୁ ଖସି ପଡିଛି । ଏଥିରେ ୧୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୫ ଜଣ ଆହତ ହୋଇଛନ୍ତି । ଏହି ଘଟଣା ଶନିବାର ଦିନ ଘଟିଛି । ବସ କ୍ଷମତା ଠାରୁ ଅଧିକ ଲୋକଙ୍କୁ ନେଇ ଯାଉଥିଲା ବୋଲି କୁହାଯାଉଛି ।

ସୂଚନା ଅନୁଯାୟୀ, ଏହି ବସଟି ୫୨ଜଣ କ୍ଷମତା ବିଶିଷ୍ଟ ଥିବା ବେଳେ ଏଥିରେ ସେ ୬୦ ରୁ ଅଧିକ ଯାତ୍ରୀଙ୍କୁ ନେଇଯାଉଥିଲା । ତେବେ ଛତ୍ରକଣ୍ଡା ରାସ୍ତା କଡ଼ରେ ଥିବା ଏକ ପୋଖରୀରେ ଏହା ଭାରସାମ୍ୟ ହରାଇ ଖସିପଡିଥିଲା । ଏହି ଦୁର୍ଘଟଣା ଘଟିବା ପରେ ଅନେକ ଲୋକେ କୌଶଳ କ୍ରମେ ବସରୁ ବାହାରି ଆସିଥିଲେ । ହେଲେ ଅନେକ ଲୋକେ ସେହି ପାଣିରେ ନିଜକୁ ନ ରକ୍ଷା କରିପାରି ପ୍ରାଣ ହରାଇଛନ୍ତି ।

ପୋଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଁଚି ବସରେ ଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରିଛନ୍ତି । ତେବେ ଏଥିରେ ଗୁରୁତର ଆହତ ହୋଇଥିବା ଲୋକଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବାଲାଂଦେଶର ରୋଡ଼ ସେଫ୍ଟି ଫାଉଁଡେସନ ଅନୁଯାୟୀ, କେବଳ ଜୁନ ମାସରେ ସମୁଦାୟ ୫୫୯ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୫୬୨ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୮୧୨ ଜଣ ଗୁରୁତର ଆହତ ହୋଇଛନ୍ତି ।

Get real time updates directly on you device, subscribe now.