fbpx

ପୁଣି ଦୁଇ କୋରୋନା ଆକ୍ରାନ୍ତ ଚିହ୍ନଟ, ୪୮ ଘଣ୍ଟା ପାଇଁ ବ୍ୟାଙ୍କ ବନ୍ଦ

ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସଦରମହକୁମା ସ୍ଥିତ ଷ୍ଟେଟ ବ୍ୟାଙ୍କରୁ ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ପରେ ୪୮ ଘଣ୍ଟା ପାଇଁ ବ୍ୟାଙ୍କ ବନ୍ଦ କରାଯାଇଛି ।

ରାଇଘର ବ୍ଲକରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଥିବାବେଳେ ସଚେତନତାର ଅଭାବ ପରିଲକ୍ଷିତ ହେଉଛି। ଜନ ଗହଳି ଯାଗାରେ ମଧ୍ୟ ପ୍ରାୟତଃ କେହି ମାସ୍କ ନ ପିନ୍ଧି ବୁଲାବୁଲି କରୁଛନ୍ତି। ଯାହା ଫଳରେ ଆକ୍ରାନ୍ତଙ୍କ ସଙ୍ଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ତେଣୁ ସଚେତନତା ସହ ଯାଞ୍ଚ ପ୍ରକ୍ରିୟାକୁ କଡ଼ା କଡ଼ି କରିବାକୁ ସାଧାରଣରେ ଦାବି ହେଉଛି।

Get real time updates directly on you device, subscribe now.