fbpx

ଉତ୍ତରାଖଣ୍ଡରୁ ନିର୍ବାଚନ ଲଢିବେ CDS ବିପିନ ରାୱତଙ୍କ ଦୁଇ ଝିଅ: ଦଳରେ ସାମିଲ ହେବା ପାଇଁ ବିଜେପି ଦେଲା ଅଫର

ନୂଆଦିଲ୍ଲୀ: ଦେଶର ପ୍ରଥମ ସିଡିଏସ୍ ତଥା ଦିବଙ୍ଗତ ବିପିନ ରାୱତଙ୍କ ଦୁଇ ଝିଅ ଖଉବ ଶୀଘ୍ର ରାଜନୀତି ମଇଦାନକୁ ଓହ୍ଲାଇ ପାରନ୍ତି । ରାୱତଙ୍କ ଦୁଇ ଝିଅଙ୍କୁ ବିଜେପି ତରଫରୁ ଆମନ୍ତ୍ରଣ ମିଳିଥିବା ବେଳେ ସେମାନେ ଆସନ୍ତା ଉତ୍ତରାଖଣ୍ଡ ନିର୍ବାଚନରେ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇ ପାରନ୍ତି । ପୂର୍ବରୁ ସିଡିଏସ ରାୱତଙ୍କ ଭାଇ ବିଜେପିରେ ଯୋଗ ଦେଇ ସାରିଛନ୍ତି । ତେବେ ଦୁଇ ଝିଅ ଯୋଗ ଦେବେ କି ନାହିଁ ସେ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

ତାମିଲନାଡୁର କୁନ୍ନୁରରେ ହୋଇଥିବା ଚପ୍ପର ଦୁର୍ଘଟଣାରେ ଦେଶର ପ୍ରଥମ ସିଡିଏସ୍ ବିପିନ୍ ରାୱତ ଏବଂ ପତ୍ନୀ ମଧୁଲିକାଙ୍କ ସମେତ ୧୧ ଜଣ ଶହିଦ ହୋଇଥିଲେ । ବିପିନ ରାୱତଙ୍କ ଭାଇ ବିଜୟ ରାୱତ ବିଜେପିରେ ଯୋଗ ଦେଇଥିଲେ ହେଁ ନିର୍ବାଚନ ଲଢିବାକୁ ମନା କରିଛନ୍ତି । ତେଣୁ ଦୁଇ ଝିଅଙ୍କୁ ନିର୍ବାଚନ ଲଢିବାର ପ୍ରସ୍ତାବ ଦେଇଛି ବିଜେପି । ଏ ନେଇ ବିଜେପି ରାଷ୍ଟ୍ରୀୟ ସମ୍ପାଦକଙ୍କ ପକ୍ଷରୁ ଦୁଇ ଝିଅଙ୍କୁ ଆମନ୍ତ୍ରଣ ଦିଆଯାଇଛି । ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଯଦି ନିର୍ବାଚନ ଲଢିବାକୁ ରାଜି ହୁଅନ୍ତି ତାହେଲେ ଡେରାଡୁନ୍, ଡୋଇବାଲା କିମ୍ବା କୋଟଦ୍ୱାରରୁ ନିର୍ବାଚନ ଲଢିବେ । ଆସନ୍ତା ୧୪ ଫେବୃୟାରୀରେ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ମାର୍ଚ୍ଚ ୧୦ ତାରିଖରେ ଫଳାଫଳ ପ୍ରକାଶ ପାଇବ ।

Get real time updates directly on you device, subscribe now.