fbpx

ନବରଙ୍ଗପୁରର ଓଡ଼ିଆ ଝିଅଙ୍କୁ ବାଲ୍ ପୁରସ୍କାର: ଭିଡିଓ କଲ୍ ରେ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି

ଓଡ଼ିଆ ଝିଅ ପାଇଲେ ରାଷ୍ଟ୍ରୀୟ ବାଲ୍ ପୁରସ୍କାର । ଓଡ଼ିଶାର ନବରଙ୍ଗପୁରର ବନିତା ଦାସ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସମ୍ମାନିତ । ୨୦୨୨ ବର୍ଷ ପାଇଁ ୨୯ ଜଣ ପିଲାଙ୍କୁ ରାଷ୍ଟ୍ରୀୟ ବାଲ୍ ପୁରସ୍କାର । ୨୯ ଜଣଙ୍କୁ ରାଷ୍ଟ୍ରୀୟ ବାଲ୍ ପୁରସ୍କାରରେ ସମ୍ମାନିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହ ଭର୍ଚୁଆଲରେ ବିଜେତାଙ୍କ ସହ ମଧ୍ୟ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ।

ଓଡ଼ିଆ ଝିଅ ବନିତା ଏକ ଉଲକା ପିଣ୍ଡର ପ୍ରାଥମିକ ଅବସ୍ଥିତି ଆବିଷ୍କାର କରିଥିଲେ । ୬ ଟି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ମିଳିଲା ପୁରସ୍କାର । ଏହି ଭର୍ଚୁଆଲ ଉଦବୋଧନରେ ପିଲାମାନେ କିଭଳି ଆଗକୁ ବଢ଼ିବେ ସେନେଇ ଗୁରୁମନ୍ତ୍ର ମଧ୍ୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

Get real time updates directly on you device, subscribe now.