fbpx

କ୍ରିକେଟ ପଡିଆରେ ପୁଷ୍ପାର କ୍ରେଜ୍: ଅଲ୍ଲୁ ଅର୍ଜୁନଙ୍କ ଷ୍ଟାଇଲ କପି କଲେ ବୋଲର, ଦେଖନ୍ତୁ ମଜାଦାର Video

ନୂଆଦିଲ୍ଲୀ: ତେଲୁଗୁ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ସୁପରହିଟ୍ ଫିଲ୍ମ ପୁଷ୍ପା ବର୍ତ୍ତମାନ ଟ୍ରେଣ୍ଡରେ ରହିଛି । ପୁଷ୍ପା ଫିଲ୍ମଟିକୁ ଦର୍ଶକ ବେଶ ପସନ୍ଦ କରିଥିବା ବେଳେ ଏହା ବକ୍ସ ଅଫିସରେ ଛକା ଚୌକା ମାରିଛି । ଏପରିକି କ୍ରିକେଟର ଡେଭିଡ ୱାର୍ଣ୍ଣର ଏବଂ ରବୀନ୍ଦ୍ର ଜାଡେଜା ପୁଷ୍ପାର ଲୁକକୁ କପି କରିଥିଲେ । ଫିଲ୍ମଟି ବକ୍ସ ଅଫିସରେ ୩୫୦ କୋଟି ଆୟ କରିଥିବା ବେଳେ ଏବେ ବାଂଲାଦେଶ ପ୍ରିମିୟର ଲିଗରେ ଜଣେ ଖେଳାଳି ଅଲ୍ଲୁ ଅର୍ଜୁନଙ୍କ ଟ୍ରେଡମାର୍କ ଷ୍ଟାଇଲକୁ କପି କରିଛନ୍ତି । ଏକ ୱିକେଟ ନେବା ପରେ ସ୍ପିନର ନଜମୁଲ ଇସଲାମ ଏହି ଟ୍ରେଡମାର୍କ ଷ୍ଟାଇଲ ଦେଖାଇଥିଲେ ।

କମିଲିଆ ଭିକ୍ଟୋରିଆନସ ଏବଂ ସିଲହଟ୍ ସନରାଇଜର୍ସ ମଧ୍ୟରେ ଏହି ମୁକାବିଲାଟି ଲୋ ସ୍କୋରିଂ ରହିଥିଲା । ପ୍ରଥମେ ବ୍ୟାଟିଂ କରିଥିବା ସନରାଇଜର୍ସ ମାତ୍ର ୯୬ ରନରେ ଅଲଆଉଟ ହୋଇଥିଲା । ତେବେ ୧୯ ତମ ଓଭରରେ କମିଲିଆ ଦଳ ୮ ୱିକେଟ ହରାଇ ବିଜୟୀ ହୋଇଥିଲା । ଦଳ ନିୟମିତ ବ୍ୟବଧାନରେ ୱିକେଟ ହରାଇଥିବା ବେଳେ ନଜମୁଲ ମାତ୍ର ୧୭ ରନ ଦେଇ ୩ଟି ୱିକେଟ ନେଇଥିଲେ । ଏହି ମ୍ୟାଚରେ ନଜମୁଲଙ୍କୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରାଯାଇଥିଲା । ମ୍ୟାଚର ୧୬ ତମ ଓଭରରେ ନଜମୁଲ ବୋଲିଂ କରୁଥିବା ବେଳେ ଶୋଇଦୁଲ ଇସଲାମ ଏକ ଚମକ୍ରାର କଭର ଡ୍ରାଇଭ କରିଥିଲେ । ତେବେ ଏକ୍ସଟ୍ରା କଭର ବାଉଣ୍ଡ୍ରୀରେ ଥିବା ରବି ବୋପାରା ବଢିଆ କ୍ୟାଚ ନେଇଥିଲେ । ଏହି କ୍ୟାଚ ପରେ ନଜମୁଲ ଟ୍ରେଡମାର୍କ ଷ୍ଟାଇଲରେ ସେଲିବ୍ରେସନ କରିଥିଲେ । ଏହି ଫିଲ୍ମର ତେଲୁଗୁ ଭର୍ସନରେ ତଗେଦ୍ଦେ ଲେ ଏବଂ ହିନ୍ଦିରେ ଝୁକେଗା ନେହିଁ ବୋଲି ଏହି ଡାଏଲଗଟି ଟ୍ରେଣ୍ଡ କରୁଥିବା ବେଳେ ଏହାକୁ ନେଇ ହଜାର ହଜାର ମିମ ତିଆରି ହୋଇଛି ।

Get real time updates directly on you device, subscribe now.