• Likes
  • Followers
  • Subscribers
  • Followers
  • Android App
  • Thursday, September 11, 2025
  • Home
  • About
  • Contact Us
  • E-Paper
  • YouTube

Odisha Bhaskar Odisha Bhaskar - Latest Odia News, Odisha latest news

KHIMJI SEPT 2025
  • Home
  • ଭିଡ଼ିଓ
  • ଖବର
    • କୃଷି
    • ଖବର
    • ଭିଡିଓ ଖବର
  • ଦେଶ ବିଦେଶ
    • ଦେଶ
    • ବିଦେଶ
    • ୟୁକ୍ରେନ-ରୁଷିଆ ଯୁଦ୍ଧ
  • ରାଜ୍ୟ
    • ମହାନଗର
  • ରାଜନୀତି
    • ପଞ୍ଚାୟତ ନିର୍ବାଚନ
    • ପୌର ନିର୍ବାଚନ
    • ରାଜ୍ୟସଭା
  • ଅପରାଧ
  • ଶିକ୍ଷା
    • ନିଯୁକ୍ତି
  • ସ୍ୱାସ୍ଥ୍ୟ
    • କରୋନା
  • ଖେଳ
    • IPL
    • ଅଲିମ୍ପିକ୍
    • ଟି-୨୦ ବିଶ୍ୱକପ୍
  • ବାଣିଜ୍ୟ
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
    • Astrology
    • Rasifala
  • ଜ୍ଞାନ ବିଜ୍ଞାନ
  • ପରମ୍ପରା
    • ରଥ ଯାତ୍ରା
      • ଦୁର୍ଗା ପୂଜା
Odisha Bhaskar
  • Home
  • Breaking News
  • ଏଣିକି ବ୍ୟାଙ୍କ ଗ୍ରାହକମାନେ ୪ ଜଣ ନୋମିନୀ ରଖିପାରିବେ: ବ୍ୟାଙ୍କିଂ ସଂଶୋଧନ ବିଲ୍ ଲୋକସଭାରେ ପାସ୍

ଏଣିକି ବ୍ୟାଙ୍କ ଗ୍ରାହକମାନେ ୪ ଜଣ ନୋମିନୀ ରଖିପାରିବେ: ବ୍ୟାଙ୍କିଂ ସଂଶୋଧନ ବିଲ୍ ଲୋକସଭାରେ ପାସ୍

By Manas Pradhan Last updated Dec 4, 2024 at 7:57 AM
Banking Amendment Bill
Share

ନୂଆଦିଲ୍ଲୀ: ବ୍ୟାଙ୍କ ଗ୍ରାହକଙ୍କୁ ଏକ ବଡ଼ ଉପହାର ଦେବାକୁ ଯାଉଛନ୍ତି କେନ୍ଦ୍ର ସରକାର । ବର୍ତ୍ତମାନର ନିୟମ ମୁତାବକ, ଜଣେ ଖାତାଧାରୀ ନିଜର ବ୍ୟାଙ୍କ ଆକାଉଣ୍ଟ ପାଇଁ କେବଳ ଜଣେ ମାତ୍ର ନୋମିନୀ ରଖିବାର ବ୍ୟବସ୍ଥା ରହିଛି । ଏହାର ଅର୍ଥ ହେଉଛି, ଖାତାଧାରୀଙ୍କ ମୃତ୍ୟୁ ପରେ ତାଙ୍କ ଖାତାରେ ଜମା ଥିବା ଶତ ପ୍ରତିଶତ ଅର୍ଥ ଉକ୍ତ ଜଣେ ନୋମିନୀଙ୍କୁ ଦିଆଯିବ । ତେବେ କେନ୍ଦ୍ର ସରକାର ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଏକ ନୂଆ ନିୟମ ଆଣିବାକୁ ଯାଉଛନ୍ତି । ଏହି ନିୟମ ଲାଗୁହେଲେ, ବ୍ୟାଙ୍କ ଗ୍ରାହକମାନେ ନିଜ ନିଜର ଆକାଉଣ୍ଟରେ ଜଣେ ବଦଳରେ ୪ ଜଣ ନୋମିନୀ ରଖିପାରିବେ ।

ସୂଚନା ମୁତାବକ, ବ୍ୟାଙ୍କିଂ ସଂଶୋଧନ ବିଲ୍ ଲୋକସଭାରେ ପାସ୍ ହୋଇଛି । ଏହି ବିଲ୍ ପାରିତ ହେବା ପରେ ବ୍ୟାଙ୍କ ନିଜର ରିପୋର୍ଟ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)କୁ ପ୍ରତି ଶୁକ୍ରବାର ବଦଳରେ ପ୍ରତି ୧୫ ଦିନରେ ପ୍ରଦାନ କରିବ । ବିଲରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି । ଯଦି କୌଣସି ଖାତାରେ ୭ ବର୍ଷ ପର୍ଯ୍ୟନ୍ତ କୌଣସି ନେଣଦେଣ ହୋଇ ନଥିବ, ତେବେ ତାହାକୁ ନିବେଶକଙ୍କ ଶିକ୍ଷା ଓ ସୁରକ୍ଷା ଫଣ୍ଡକୁ ପଠାଇ ଦିଆଯିବ । ଏହି ସଂଶୋଧନ ପରେ ଖାତାଧାରୀ ନିବେଶ ଶିକ୍ଷା ଓ ସୁରକ୍ଷା ଫଣ୍ଡରୁ ରାଶି ଉଠାଣର ଦାବି କରିପାରିବେ ।

ଏହି ବିଲ୍ ଲାଗୁ ହେଲେ ଗ୍ରାହକଙ୍କ ମୃତ୍ୟୁ ପରେ ତାଙ୍କ ଆକାଉଣ୍ଟରୁ ସହଜରେ ଅର୍ଥ ଉଠାଣ କରିହେବ । ନୂଆ ବ୍ୟାଙ୍କିଂ ଆଇନ ବିଲରେ ଜମାକାରୀଙ୍କୁ ଅଧିକ ସୁରକ୍ଷା ଓ ପ୍ରାଇଭେଟ ବ୍ୟାଙ୍କରେ ଭଲ ସର୍ଭିସ ପ୍ରଦାନର ବ୍ୟବସ୍ଥା ରହିଛି । ଏଥିସହିତ ଶେୟାର, ବଣ୍ଡ, ଡିଭିଡେଣ୍ଡର ସୁଧ ବା ରିଡେମ୍ପସନ ଆୟକୁ ଶିକ୍ଷା ଓ ସଂରକ୍ଷଣ କୋଷକୁ ଟ୍ରାନ୍ସଫର କରିବାର ସୁବିଧା ମିଳିବ । ନିବେଶକଙ୍କ ହିତ ସୁରକ୍ଷିତ ରହିବ ଓ ରିଫଣ୍ଡ କ୍ଲେମ କରିବାର ସୁବିଧା ମଧ୍ୟ ମିଳିବ । ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ରହିଥିବା ନିୟମ ଅନୁସାରେ, ବ୍ୟାଙ୍କ ଗ୍ରାହକ ନିଜ ଆକାଉଣ୍ଟ ପାଇଁ କେବଳ ଜଣେ ମାତ୍ର ନୋମିନୀଙ୍କୁ ରଖିବାର ବ୍ୟବସ୍ଥା ରହିଛି । ଏହି ନିୟମ ସଂଶୋଧନ ହେବା ପରେ ଗ୍ରାହକମାନେ ନିଜ ଆକାଉଣ୍ଟରେ ୧ ବଦଳରେ ୪ ଜଣ ନୋମିନୀଙ୍କୁ ରଖିବାର ବ୍ୟବସ୍ଥା ରହିବ ।

ଆହୁରି ପଢନ୍ତୁ

ବୁଡ଼ିଯିବ ‘ବିଗ ବସ୍’! ଟିଆରପି…

Big Breaking: ନେପାଳ ନିଆଁ; ଓଡ଼ିଶା ଫେରିଲେ…

Share

Prev Post

ପୁରୀରେ ବିଭତ୍ସ ହତ୍ୟାକାଣ୍ଡ; ପଥରରେ ଛେଚି ଯୁବକଙ୍କୁ ହତ୍ୟା ସନ୍ଦେହ

Next Post

Breaking: ସକାଳୁ ସକାଳୁ ଭୂକମ୍ପ ଝଟକା, ଥରିଲା ମାଲକାନଗିରି

You might also like More from author
Featured

ବୁଡ଼ିଯିବ ‘ବିଗ ବସ୍’! ଟିଆରପି କମିଲାଣି, ଏହି ଶୋ’ ସାଜିଲାଣି କାଳ,…

Breaking News

Big Breaking: ନେପାଳ ନିଆଁ; ଓଡ଼ିଶା ଫେରିଲେ ୨୩ଜଣ ଓଡ଼ିଆ, ସରକାର କହିଲେ …

Breaking News

ତାଣ୍ଡବ ସହ ବିଧ୍ୱଂସ ରଚିବ ଲା-ନିନା, ରିପିଟ ହେବ 1999 ର ପ୍ରଳୟ! 60 ବର୍ଷ ପରେ ପୁଣି ଲାଗିପାରେ ବଡ଼…

Breaking News

କାହିଁକି ଦୁର୍ଦ୍ଦଶ ବ୍ୟାଟର ୟୁସୁଫଙ୍କ ବଙ୍ଗଳାକୁ ଧ୍ୱଂସବିଧ୍ୱଂସ କରିଦେବ ବୁଲଡ଼ୋଜର? କ’ଣ…

Featured

Electricity Bill: ୫୦ ପ୍ରତିଶତ କମିଯିବ ବିଦ୍ୟୁତ୍‌ ବିଲ୍‌, ବାସ ଆପଣାନ୍ତୁ ଏହି ସିକ୍ରେଟ ଟିପ୍ସ !

ଖବର

ଟ୍ରମ୍ପଙ୍କ ଶୁଳ୍କ ମାଡ଼ରେ ଟଙ୍କା ଚେପା, ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ହ୍ରାସ

Prev Next
Odisha Bhaskar

Recent Posts

ବୁଡ଼ିଯିବ ‘ବିଗ ବସ୍’! ଟିଆରପି…

ସୁନା ଉଡ଼ିଲା, ସବୁ ରେକର୍ଡ ଭାଙ୍ଗିଲା, ପୁଣି…

Big Breaking: ନେପାଳ ନିଆଁ; ଓଡ଼ିଶା ଫେରିଲେ…

ତାଣ୍ଡବ ସହ ବିଧ୍ୱଂସ ରଚିବ ଲା-ନିନା, ରିପିଟ…

କାହିଁକି ଦୁର୍ଦ୍ଦଶ ବ୍ୟାଟର ୟୁସୁଫଙ୍କ…

୫ ବ୍ୟାଟ୍ସମ୍ୟାନ୍, ୩ ଅଲରାଉଣ୍ଡର, ୩…

Polls

ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାର ପ୍ରଗତିରେ ସହାୟକ ହେବ କି?

View Results

Loading ... Loading ...
More Stories

ବୁଡ଼ିଯିବ ‘ବିଗ ବସ୍’! ଟିଆରପି…

Big Breaking: ନେପାଳ ନିଆଁ; ଓଡ଼ିଶା ଫେରିଲେ…

ତାଣ୍ଡବ ସହ ବିଧ୍ୱଂସ ରଚିବ ଲା-ନିନା, ରିପିଟ…

କାହିଁକି ଦୁର୍ଦ୍ଦଶ ବ୍ୟାଟର ୟୁସୁଫଙ୍କ…

Prev Next 1 of 28,014
© 2025 - TK Digital All Rights Reserved.