fbpx

ଖୁବ୍ ଶୀଘ୍ର ବ୍ୟାଙ୍କ କର୍ମଚାରୀଙ୍କୁ ମିଳିବ ଖୁସି ଖବର, ଛୁଟି ସହିତ ବଢିପାରେ ଦରମା

ନୂଆଦିଲ୍ଲୀ: ଦୀର୍ଘଦିନ ବ୍ୟାଙ୍କ କର୍ମଚାରୀ ଦାବୀ କରି ଆସୁଥିବା ୫ ଦିବସୀୟ କାର୍ଯ୍ୟ ସପ୍ତାହକୁ ଚଳିତ ବର୍ଷ ସରକାର ସ୍ୱୀକାର କରିପାରନ୍ତି । ମିଳିଥିବା ଏକ ସୂଚନା ଅନୁସାରେ ଅର୍ଥ ମନ୍ତ୍ରଣାଳୟର ମଞ୍ଜୁରୀ ପରେ ବ୍ୟାଙ୍କ କର୍ମଚାରୀଙ୍କୁ ସପ୍ତାହରେ ୫ କାର୍ଯ୍ୟ ଦିବସ ମିଳିବା ସହିତ ଓ ଜୁନ୍ ୨୦୨୪ରେ ଦରମା ବୃଦ୍ଧିର ସମ୍ଭାବନା ବି ରହିଛି । ବ୍ୟାଙ୍କ କର୍ମଚାରୀ ସଂଘ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ବ୍ୟାଙ୍କିଂ କ୍ଷେତ୍ର ପାଇଁ ୫ ଦିବସୀୟ କାର୍ଯ୍ୟ ସପ୍ତାହକୁ ଅନୁମତି ଦେବା ଲାଗି ପତ୍ର ଲେଖିଛନ୍ତି ।

ବ୍ୟାଙ୍କ କର୍ମଚାରୀ ସଂଘ ଏହା ମଧ୍ୟ ଆଶ୍ୱାସନା ଦେଇଛନ୍ତି କି ଏହାଦ୍ୱାରା ଗ୍ରାହକଙ୍କ ଲାଗି ବ୍ୟାଙ୍କିଂ ସମୟ ଓ ଅଧିକାରୀ ଓ କର୍ମଚାରୀଙ୍କ ମୋଟ କାମ ସମୟରେ କୌଣସି ହ୍ରାସ କରାଯିବ ନାହିଁ । ସଂଘ ଅର୍ଥମନ୍ତ୍ରୀଙ୍କୁ ଏହି ମାମଲାରେ ଅନୁକୂଳ ସମୀକ୍ଷା କରିବାକୁ ଓ ଭାରତୀୟ ବ୍ୟାଙ୍କ ସଂଘକୁ ସେହି ଅନୁସାରେ ନିର୍ଦ୍ଦେଶ ଦେବାକୁ ଆବେଦନ କରିଛି ।

ଏଠାରେ ସୂଚାଇ ଦିଆଯାଇପାରେ କି ବ୍ୟାଙ୍କ ଶାଖା ୨ୟ ଓ ୪ର୍ଥ ଶନିବାର ବନ୍ଦ ରହିଥାଏ । ବ୍ୟାଙ୍କ ସଂଘ ୨୦୧୫ରୁ ସମସ୍ତ ଶନିବାର ଓ ରବିବାର ଛୁଟି ଦାବୀ କରି ଆସୁଛି । ସେହିପରି ଦରମା ମାମଲାରେ ଆଇବିଏ ଓ ବ୍ୟାଙ୍କ କର୍ମଚାରୀ ସଂଘ ଗତ ବର୍ଷ ଭାରତର ସମସ୍ତ ପବ୍ଲିକ୍ ସେକ୍ଟର ବ୍ୟାଙ୍କ (ପିଏସବି)ରେ ୧୭% ଦରମା ବୃଦ୍ଧି ଲାଗି ବୁଝାମଣା କରିଥିଲେ ଯାହା କି ୧୨,୪୪୯ କୋଟି ଟଙ୍କାର ଥିଲା । ଯଦି କେନ୍ଦ୍ର ପକ୍ଷରୁ ଦରମା ବୃଦ୍ଧିକୁ ମଞ୍ଜୁରୀ ମିଳିଯାଇଥାନ୍ତା ତେବେ ସମସ୍ତ ପିଏସବି ଓ କିଛି ପୁରାତନ ଘରୋଇ ବ୍ୟାଙ୍କରେ ୩.୮ ଲକ୍ଷ ଅଧିକାରୀଙ୍କ ସହିତ ପ୍ରାୟ ୯ ଲକ୍ଷ କର୍ମଚାରୀଙ୍କୁ ଲାଭ ମିଳିଥାନ୍ତା । ୭ ଡିସେମ୍ବର ୨୦୨୩ରେ ହୋଇଥିବା ବୁଝାମଣାରେ ୧୮୦ ଦିନ ମଧ୍ୟରେ ବେତନ ବୃଦ୍ଧି ସଂପର୍କିତ ସଂଶୋଧନକୁ ଅନ୍ତିମ ରୂପ ଦେବାକୁ ନିଷ୍ପତ୍ତି ନିଆଯାଇଥିଲା ।

Get real time updates directly on you device, subscribe now.