fbpx
BSKY
BJD SHG SKY
BJD YOUTH SKY

୪୬୬୦ଟି RPF କନଷ୍ଟେବଳ ଓ SI ପଦ ଖାଲି: ରେଳ ବିଭାଗ ପକ୍ଷରୁ ଆରମ୍ଭ ହେବ ଅନଲାଇନ୍ ଆବେଦନ ପ୍ରକ୍ରିୟା

ନୂଆଦିଲ୍ଲୀ: ସମସ୍ତ ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଭାରତୀୟ ରେଳ ବିଭାଗ ପକ୍ଷରୁ ୪୬୬୦ଟି ପଦ ପୂରଣ ହେବ । ରେଳ ସୁରକ୍ଷା ବଳ (ଆରପିଏଫ) କନଷ୍ଟେବଳ ଓ ସବ-ଇନ୍ସପେକ୍ଟର (ଏସଆଇ) ପଦ ପୂରଣ ପାଇଁ ବିଜ୍ଞାପନ ଜାରି କରାଯାଇଛି । କେନ୍ଦ୍ର ସରକାରଙ୍କ ଅଧିନରେ ପ୍ରାର୍ଥୀଙ୍କୁ ଏହି ସମସ୍ତ ପଦରେ ନିଯୁକ୍ତି ଦିଆଯିବ । ୪୨୦୮ଟି କନଷ୍ଟେବଳ ଓ ୪୫୨ଟି ଏସଆଇ ପଦ ଖାଲି ରହିଛି । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ଶର୍ଟ ନୋଟିସକୁ ଯାଇ ଏ ବାବଦରେ ସୂଚନା ପାଇପାରିବେ ।

ଏପ୍ରିଲ ମାସ ୧୫ ତାରିଖରୁ ଅନଲାଇନ୍ ଆବେଦନ ଓ ଫିସ୍ ଜମା ପ୍ରକ୍ରିୟା ଆରମ୍ଭ ହୋଇ ତାହା ମେ’ ୧୪ରେ ସମାପ୍ତ ହେବ । ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି), ଏକ୍ସ-ସର୍ଭିସମେନ, ମହିଳା, ଟ୍ରାନ୍ସଜେଣ୍ଡର, ସଂଖ୍ୟାଲଘୁ ଓ ଆର୍ଥିକ ପଛୁଆ ବର୍ଗ (ଇବିସି) ବର୍ଗର ପ୍ରାର୍ଥୀଙ୍କ ପାଇଁ ଆବେଦନ ଫିସ୍ ୨୫୦ ଟଙ୍କା ରହିଥିବା ବେଳେ ଅନ୍ୟ ସମସ୍ତ ପ୍ରାର୍ଥୀଙ୍କ ପାଇଁ ୫୦୦ ଟଙ୍କା ରହିଛି । ଆରପିଏଫ୍ କନଷ୍ଟେବଳ ପଦ ଶିକ୍ଷାଗତ ଯୋଗ୍ୟତା ଦଶମ ପାସ୍ ରହିଛି । ଚଳିତ ବର୍ଷ ଜୁଲାଇ ମାସ ପହିଲା ସୁଦ୍ଧା ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା ୧୮ରୁ ୨୮ ବର୍ଷ ମଧ୍ୟରେ ରହିଥିବା ଆବଶ୍ୟକ ।

ଅନଲାଇନ୍ ଆବେଦନ ଲିଙ୍କ: Available on 15.04.2024

Get real time updates directly on you device, subscribe now.