fbpx
BJD
BJD SKY
BJD SKY

ପ୍ରଧାନମନ୍ତ୍ରୀ ବିଜେପିକୁ ଦେଲେ ଏତିକି ଚାନ୍ଦା, X ରେ ସେୟାର କଲେ ଡୋନେସନ୍ ସ୍ଲିପ୍‌

BJD

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ରାଜନୈତକ ଦୃଶ୍ୟପଟରେ ସେତେ ନୂଆ ନୂଆ ଘଟଣା ସାମ୍ନାକୁ ଆସିବାରେ ଲାଗିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଦଳ ବିଜେପି ଲାଗି ଡୋନେସନ ଦେଇଛନ୍ତି । ଦଳକୁ ଆର୍ଥିକ ରୂପରେ ମଜଭୁତ କରିବା ଲାଗି ପ୍ରଧାନମନ୍ତ୍ରୀ ମୋଦୀ ଡୋନେସନ ଫର୍ ନେସନ୍ ବିଲ୍ଡିଂ ଅଭିଯାନ ଜରିଆରେ ବିଜେପିକୁ ଚାନ୍ଦା ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ବିଜେପିକୁ ୨ ହଜାର ଟଙ୍କା ଚାନ୍ଦା ଦେଇ ସୋସିଆଲ ମିଡିଆରେ ଏହାର ରସିଦ୍ ସେୟାର କରିଛନ୍ତି । ପ୍ରଧାନମନ୍ତ୍ରୀ ନିଜର ଏକ୍ସ ଆକାଉଣ୍ଟରେ ଡୋନେସନ୍ ସ୍ଲିପ୍ ସେୟାର କରିଛନ୍ତି ଓ ଲେଖିଛନ୍ତି ମୋତେ ବିଜେପିରେ ଯୋଗଦାନ ଲାଗି ଓ ବିକଶିତ ଭାରତ ନିର୍ମାଣରେ ଆମର ପ୍ରୟାସକୁ ମଜଭୁତ କରିଥିବାରୁ ଖୁସି ଅନୁଭବ ହେଉଛି । ସମସ୍ତେ NaMoApp ଜରିଆରେ ରାଷ୍ଟ୍ର ନିର୍ମାଣ ପାଇଁ ଡୋନେସନ କରିବାକୁ ସେ ନିବେଦନ କରିଛନ୍ତି । ଏହା ସହିତ ସେ ନିଜ ପୋଷ୍ଟରେ NaMoApp ର ଏକ ଲିଙ୍କ ବି ସେୟାର କରିଛନ୍ତି । ଏହି ଲିଙ୍କରେ ଯାଇ ଆପଣ ସିଧା ବିଜେପିକୁ ଚାନ୍ଦା ଦେଇପାରିବେ । ଏଠାରେ ସୂଚାଇ ଦିଆଯାଇପାରେ କି ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟତିତ ବିଜେପିର ବହୁ ନେତା ଦଳର ଡୋନେସନ୍ ଫର୍ ନେସନ ବିଲ୍ଡିଂ ଜରିଆରେ ଚାନ୍ଦା ଦେଇଛନ୍ତି ।

Get real time updates directly on you device, subscribe now.