fbpx

ବିଜେପିରେ ସାମିଲ ହେବେ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ: ଫେବୃଆରୀ ମାସରେ ବିଜେଡିରୁ ଇସ୍ତଫା ଦେଇଥିଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର):  ଆଗକୁ ରାଜ୍ୟ ବିଧାନସଭା ଓ ଲୋକସଭା ନିର୍ବାଚନ ହେବାର ଅଛି । ନିର୍ବାଚନ ପାଇଁ ଆଉ ମାତ୍ର କିଛି ମାସ ବାକି ଥିବାବେଳେ ରାଜନୈତିକ ଦଳମାନେ ସେନେଇ ପ୍ରସ୍ତୁତିରେ ବ୍ୟସ୍ତ ରହିଛନ୍ତି । ଅନ୍ୟପକ୍ଷରେ ନିର୍ବାଚନ ପୂର୍ବରୁ ରାଜନେତାଙ୍କର ଦଳ ବଦଳ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ନିକଟରେ ବିଭିନ୍ନ ଦଳର କିଛି ନେତା ଅନ୍ୟ ଦଳରେ ସାମିଲ ହୋଇଥିବା ବେଳେ ଆଗକୁ ଏହି ସଂଖ୍ୟା ବଢ଼ିବାର ସମ୍ଭାବନା ରହିଛି ।

ତେବେ ଏହା ମଧ୍ୟରେ ରାଜ୍ୟ ରାଜନୀତିରୁ ଆସିଛି ଏକ ବଡ଼ ଖବର । ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ ବିଜେପିରେ ସାମିଲ ହେବେ । ଆସନ୍ତକାଲି ଅର୍ଥାତ ଫେବୃଆରୀ ୪ରେ ସେ ପଦ୍ମ ଧରିବେ ବୋଲି କୁହାଯାଉଛି । ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏ ବାବଦରେ ସୂଚନା ଦେଇଛନ୍ତି । ଗତ ଫେବୃଆରୀ ମାସରେ ପ୍ରେମାନନ୍ଦ ବିଜେଡିରୁ ଇସ୍ତଫା ଦେଇଥିଲେ । ଦଳରେ ତାଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ କରି ପ୍ରେମାନନ୍ଦ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ।

Get real time updates directly on you device, subscribe now.