fbpx

ଅନନ୍ତ-ରାଧିକାଙ୍କ Pre Wedding ଉତ୍ସବରେ ଜମୁଛି ହାଇପ୍ରୋଫାଇଲ ଅତିଥି ଓ ସେଲିବ୍ରେଟିଙ୍କ ଭିଡ଼

Anant-Radhika Pre Wedding: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ ଏବଂ ଶିଳ୍ପପତି ବିରେନ୍ ମର୍ଚାଣ୍ଟଙ୍କ ଝିଅ ରାଧିକା ମର୍ଚାଣ୍ଟଙ୍କ ପ୍ରି-ୱେଡିଂ ଉତ୍ସବ ଜାରି ରହିଛି । ଏହି ଉତ୍ସବରେ ମୁକେଶ ଅମ୍ବାନୀ ମଧ୍ୟ ତାଙ୍କ ପତ୍ନୀ ନୀତା ଅମ୍ବାନୀଙ୍କ ସହ ଡ୍ୟାନ୍ସ କରୁଥିବାର ନଜର ଆସିଥିଲେ ।

ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀ ନିଜ ପୁଅ ଅନନ୍ତ ଅମ୍ବାନୀଙ୍କ ପ୍ରି-ୱେଡିଂ ପାଇଁ ବେଶ୍ ଉତ୍ସାହିତ ଅଛନ୍ତି । ଏହି ସମାରୋହରେ ଦୁହେଁ ମଞ୍ଚରେ ସୁନ୍ଦର ଡ୍ୟାନ୍ସ କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଭାଇରାଲ ଭିଡିଓରେ ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀ ରାଜ କପୁରଙ୍କ ଆଇକନିକ ଗୀତ ‘ପ୍ୟାର ହୁଆ ଇକରାର୍ ହୁଆ’ ଗୀତରେ ଡ୍ୟାନ୍ସ କରୁଥିବାର ଦେଖି ପାଇଁ ମିଳିଥିଲା । ନୃତ୍ୟ ପରିବେଷଣ କରୁଥିବାବେଳେ ମୁକେଶ ଅମ୍ବାନୀ କୁର୍ତ୍ତା ଏବଂ ନୀତା ଅମ୍ବାନୀ ଶାଢି ପିନ୍ଧିଥିବାର ଦେଖିବା ପାଇଁ ମିଳିଥିଲା । ସେହିପରି ଅନନ୍ତ ତାଙ୍କ ପ୍ରେମିକା ରାଧିକାଙ୍କ ସହ ମଧ୍ୟ ସୁନ୍ଦର ଡ୍ୟାନ୍ସ କରିଥିଲେ ।

 

View this post on Instagram

 

A post shared by Manav Manglani (@manav.manglani)

ସେହିପରି ଏହି ଉତ୍ସବରେ ଦେଶ ବିଦେଶର ବହୁ ହାଇପ୍ରୋଫାଇଲ ଅତିଥି ଯଥା- ଇଭାଙ୍କା ଟ୍ରମ୍ପ, ବିଲ ଗେଟ୍ସ, ସୁନ୍ଦର ପିଚାଇ, ମାର୍କ ଜୁକରବର୍ଗ, ଭୁଟାନ ରାଣୀ, କାତାର ପ୍ରିନ୍ସ ସାମିଲ ହୋଇଥିଲେ । ଅନ୍ୟପଟେ ଦ୍ୱିତୀୟ ଦିନର କାର୍ୟ୍ୟକ୍ରମ ପାଇଁ ଜାମନଗରରେ ପହଁଞ୍ଚିଥିଲା ପୂରା ବଲିଉଡ଼ ଟିମ୍ । ତେବେ ଏଥିରେ ବଲିଉଡ଼ର ତିନି ‘ଖାନ’ ଅର୍ଥାତ୍ ଶାହାରୁଖ, ସଲମାନ ଓ ଆମୀର ଖାନଙ୍କ ଜଲୱା ଦେଖିବାକୁ ମିଳିଥିଲା । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡ଼ିଓରେ ଶାହାରୁଖ, ସଲମାନ ଓ ଆମୀରଙ୍କ ଧୁଆଁଧାର ଡ୍ୟାନ୍ସ ଦେଖିବାକୁ ମିଳିଛି । ବଲିଉଡ଼ର ଏହି ତିନି ଖାନ ‘ଆରଆରଆର’ ଫିଲ୍ମର ପ୍ରସିଦ୍ଧ ଗୀତ’ ନାଟୁ-ନାଟୁ’ରେ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳୁଛି। ସେପଟେ ପ୍ରଥମ ଥର ପିତାମାତା ହେବାକୁ ଯାଉଥିବା ଦୀପିକା ପାଦୁକୋନ ଓ ରଣଭୀର ସିଂଙ୍କ ଡ୍ୟାନ୍ସ ମଧ୍ୟ ଦେଖିବାକୁ ମିଳିଥିଲା । ଗର୍ଭବତୀ ଥିବା ସତ୍ତ୍ୱେ ଷ୍ଟେଜ ଉପରେ ନାଚିଥିଲେ ଦୀପିକା । କେବଳ ଏତିକି ନୁହେଁ, ଉଭୟଙ୍କୁ ଗାରବା ଖେଳୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା । ଅନ୍ୟପଟେ ଜାନଭୀ କପୁର, ସାରା ଅଲ୍ଲୀ ଖାନ, ଅନନ୍ୟା ପାଣ୍ଡେ, ଖୁସି କପୁର ଓ ମନୀଷ ମଲହୋତ୍ରା ‘ବୋଲୋ ଚୁଁଡିୟାନ୍’ ଗୀତରେ ଏକାଠି ଡ୍ୟାନ୍ସ କରିଥିଲେ ।

 

View this post on Instagram

 

A post shared by Viral Bhayani (@viralbhayani)

Get real time updates directly on you device, subscribe now.