fbpx

୧୫ ଦିନ ବ୍ୟବଧାନରେ ପଡୁଛି ସୂର୍ଯ୍ୟପରାଗ ଓ ଚନ୍ଦ୍ର ଗ୍ରହଣ, ଜାଣନ୍ତୁ କ’ଣ ରହିବ ପ୍ରଭାବ

ନାତନ ଧର୍ମରେ ଗ୍ରହଣକୁ ବେଶ୍ ମହତ୍ତ୍ୱପୂର୍ଣ୍ଣ ଘଟଣା ଭାବରେ ଦେଖାଯାଏ । ଭୌଗଳିକ ଦୃଷ୍ଟିରୁ ମଧ୍ୟ ଗ୍ରହଣ ବେଶ୍ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ । ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ ଉଭୟର ଅନୁକୂଳ ଓ ପ୍ରତିକୂଳ ପ୍ରଭାବ ରହିଛି । ୨୦୨୪ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ୨୫ ମାର୍ଚ୍ଚ ରବିବାର ଲାଗିବାକୁ ଯାଉଛି । ଏଥର ଚନ୍ଦ୍ରଗ୍ରହଣକୁ ବହୁତ ଖାସ୍ କୁହାଯାଉଛି । କାରଣ ଏହି ଗ୍ରହଣ ହୋଲିରେ ଲାଗିବାକୁ ଯାଉଛି ।
ସେହପରି ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଏପ୍ରିଲ ୮ ସୋମବାର ପଡୁଛି । ଏହି ଦୁଇ ଗ୍ରହଣ ମାତ୍ର ୧୫ ଦିନ ବ୍ୟବଧାନରେ ପଡୁଛି । କିନ୍ତୁ ଏହି ୨ ଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ । ଏହି କାରଣରୁ ଗ୍ରହଣର ନିୟମ ବି ପାଳନ ହେବ ନାହିଁ ।
କିନ୍ତୁ ରାଶି ଉପରେ ଗ୍ରହଣର ପ୍ରଭାବ ତ ପଡିବ । ଏହି କ୍ରମରେ ଆସନ୍ତୁ ଜାଣିବା କେଉଁ ରାଶି ପାଇଁ ଏହି ଗ୍ରହଣ ବେଶ୍ ଶୁଭ ସାବ୍ୟସ୍ତ ହେବ ।
ମେଷ: ବିଜନେସ୍ କ୍ଷେତ୍ରରେ ବହୁତ ଉନ୍ନତି ହେବ । ମାନ ସମ୍ମାନ ମିଳିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।
ମିଥୁନ: ଆର୍ଥିକ ସ୍ଥିତି ସୁଦୃଢ ରହିବ । ଯେଉଁମାନଙ୍କର ଚାକିରୀ ନାହିଁ ସେମାନଙ୍କୁ ଭଲ ଚାକିରୀ ମିଳିଯିବ ।
ସିଂହ: ଏହି ରାଶିର ଲୋକମାନଙ୍କ ଲାଗି ଭଲ ସମୟ ଆରମ୍ଭ ହୋଇଯିବ । ବିଦେଶ ଯାତ୍ରାର ଯୋଗ ରହିଛି ।
ଧନୁ: ଭାଗ୍ୟ ଚମକିବ । ସବୁ କ୍ଷେତ୍ରରେ ସଫଳତା ପାଇବେ । ପରିବାରରେ କୌଣସି ଖୁସି ଖବର ମିଳିବ । ନୂଆ କାର୍ଯ୍ୟର ଆରମ୍ଭ କରିପାରନ୍ତି ।

Get real time updates directly on you device, subscribe now.