fbpx

ନୂଆଁଖାଇ ପାଇଁ ବ୍ୟାଙ୍କ ଛୁଟି; ଏନେଇ ବିଜ୍ଞପ୍ତି ପ୍ରକାଶ କଲା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ନୂଆଁଖାଇ ପାଇଁ ସେପ୍ଟେମ୍ବର ୯ (ସୋମବାର) ରାଜ୍ୟର ସମସ୍ତ ବ୍ୟାଙ୍କ ଓ ଆର୍ଥିକ ଅନୁଷ୍ଠାନକୁ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଏହା ପୂର୍ବରୁ ରାଜ୍ୟ ସରକାର ନୂଆଁଖାଇ ପାଇଁ ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟ, କାର୍ଯ୍ୟାଳୟ ଓ ମାଜିଷ୍ଟ୍ରେଟ୍ ଅଦାଲତକୁ ଛୁଟି ଘୋଷଣା କରିଥିଲେ।

ସେପ୍ଟେମ୍ବର ୮ (ରବିବାର) ଦିନ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଳିତ ହେଉଛି । ରବିବାର ଏହି ପର୍ବ ପାଳିତ ହେଉଥିବାରୁ ପରଦିନକୁ ସରକାରୀ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର ।

Get real time updates directly on you device, subscribe now.