fbpx

ଡିସେମ୍ବରରେ ୧୬ ଦିନ ପାଇଁ ବନ୍ଦ ରହିବ ବ୍ୟାଙ୍କ, ଆଗରୁ ଜାଣିରଖନ୍ତୁ କେଉଁ କେଉଁ ଦିନ ?

ନୂଆଦିଲ୍ଲୀ: ଆଉ କିଛି ଦିନ ପରେ ଚଳିତ ବର୍ଷର ଶେଷ ମାସ ଅର୍ଥାତ୍ ଡିସେମ୍ବର ଆରମ୍ଭ ହେବ । ଯଦି ଆପଣ ଡିସେମ୍ବର ମାସରେ ବ୍ୟାଙ୍କ ସମ୍ବନ୍ଧୀୟ କୌଣସି କାମ କରିବାକୁ ଯାଉଛନ୍ତି, ତେବେ ପ୍ରଥମେ ଆରବିଆଇ ଦ୍ୱାରା ଦିଆଯାଇଥିବା ଛୁଟିଦିନର ତାଲିକା ଉପରେ ନଜର ପକାନ୍ତୁ । ଡିସେମ୍ବର ୨୦୨୧ ରେ ବ୍ୟାଙ୍କଗୁଡିକ ୧୬ ଦିନ ପାଇଁ ବନ୍ଦ ରହିବ ।

ତେବେ ଆସନ୍ତା ମାସରେ ବ୍ୟାଙ୍କଗୁଡିକ ମୋଟ ୧୬ ଦିନ ପାଇଁ ବନ୍ଦ ରହିବ, ଯେଉଁଥିରେ ୪ ଟି ଛୁଟି ରବିବାରର ଅଛି । ଏଥିରେ ଅନେକ ଛୁଟି ଲାଗତାର ଭାବେ ପଡୁଛି । ଏହି ମାସରେ ଖ୍ରୀଷ୍ଟମାସ ପର୍ବ ଆସିଥାଏ, ଯାହାର ଛୁଟି ଦେଶର ପଆୟ ସମସ୍ତ ବ୍ୟାଙ୍କରେ ପାଳନ କରାଯାଏ । କିନ୍ତୁ ଅନେକ ସ୍ଥାନରେ ବ୍ୟାଙ୍କଗୁଠିକ ୧୬ ଦିନ ବନ୍ଦ ରହିବ ନାହିଁ । କିଛି ଛୁଟି ସ୍ଥାନୀୟ ହେବା କାରଣରୁ ବ୍ୟାଙ୍କଗୁଡିକ ନିର୍ଦ୍ଦିଷ୍ଟ ସ୍ଥାନରେ ବନ୍ଦ ରହିବ । ତେବେ ଆସନ୍ତୁ ଜାଣିବା ଆରବିଆଇ ଦ୍ୱାରା ଜାରି ହୋଇଥିବା ବ୍ୟାଙ୍କର ଛୁଟି ଲିଷ୍ଟ୍…

ଡିସେମ୍ବର ୨୦୨୧ ରେ ବ୍ୟାଙ୍କ ଛୁଟି ;

ଡିସେମ୍ବର ୩ – ସେଣ୍ଟ ଫ୍ରାନ୍ସିସ୍ ଜାଭିୟର ଫେଷ୍ଟ (ପଞ୍ଜାବରେ ବ୍ୟାଙ୍କ ବନ୍ଦ)
୫ ଡିସେମ୍ବର – ରବିବାର (ସାପ୍ତାହିକ ଛୁଟି)
୧୧ ଡିସେମ୍ବର – ଶନିବାର (ମାସର ଦ୍ୱିତୀୟ ଶନିବାର)
୧୨ ଡିସେମ୍ବର – ରବିବାର (ସାପ୍ତାହିକ ଛୁଟି)
୧୮ ଡିସେମ୍ବର – ୟୁ ସୋ ସୋ ଥାମଙ୍କ ଡେଥ୍ ଆନିଭର୍ସରି (ଶୀଲୋଙ୍ଗରେ ବ୍ୟାଙ୍କ ବନ୍ଦ)
୧୯ ଡିସେମ୍ବର – ରବିବାର (ସାପ୍ତାହିକ ଛୁଟି)
୨୪ ଡିସେମ୍ବର – ଖ୍ରୀଷ୍ଟମାସ ଫେଷ୍ଟିଭାଲ୍ (ଆଇଜୱାଲରେ ବ୍ୟାଙ୍କ ବନ୍ଦ)
୨୫ ଡିସେମ୍ବର – ଖ୍ରୀଷ୍ଟମାସ (ବେଙ୍ଗାଲୁରୁ ଓ ଭୁବନେଶ୍ୱର ବ୍ୟତୀତ ସମସ୍ତ ସ୍ଥାନରେ ବ୍ୟାଙ୍କଗୁଡିକ ବନ୍ଦ) ଶନିବାର, (ମାସର ଚତୁର୍ଥ ଶନିବାର)
୨୬ ଡିସେମ୍ବର – ରବିବାର (ସାପ୍ତାହିକ ଛୁଟି)
୨୭ ଡିସେମ୍ବର – ଖ୍ରୀଷ୍ଟମାସ ଉତ୍ସବ (ଆଇଜାୱଲରେ ବ୍ୟାଙ୍କ ବନ୍ଦ)
୩୦ ଡିସେମ୍ବର – ୟୁ କିଆଙ୍ଗ ନଙ୍ଗବାହ (ଶିଲୋଙ୍ଗରେ ବ୍ୟାଙ୍କ ବନ୍ଦ)
୩୧ ଡିସେମ୍ବର – ନିଉ ଇୟର୍ସ ଇଭନିଂ (ଆଇଜାୱଲରେ ବ୍ୟାଙ୍କ ବନ୍ଦ)

Get real time updates directly on you device, subscribe now.