fbpx

ଜାନୁଆରୀ ମାସରେ ୧୫ ଦିନ ବନ୍ଦ ରହିବ ବ୍ୟାଙ୍କ୍‌: ଶୀଘ୍ର ସାରି ଦିଅନ୍ତୁ ଗୁରୁତ୍ୱପୁର୍ଣ୍ଣ କାର୍ଯ୍ୟ, ଦେଖନ୍ତୁ ଛୁଟି ତାଲିକା

ନୂଆଦିଲ୍ଲୀ: ଆଉ କିଛି ଦିନର ଅପେକ୍ଷା, ୨୦୨୨ ବିଦାୟ ନେଇ ଆସିବ ନୂତନ ବର୍ଷ ୨୦୨୩। ନୂଆ ବର୍ଷ ଆରମ୍ଭ ପୂର୍ବରୁ ମଧ୍ୟ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଦ୍ୱାରା ୨୦୨୩ ପାଇଁ ବ୍ୟାଙ୍କ ଛୁଟିଦିନର ତାଲିକା ପ୍ରକାଶ ପାଇଛି । ଯାହା ଅନୁଯାୟୀ, ନୂତନ ବର୍ଷର ପ୍ରଥମ ମାସରେ ଅର୍ଥାତ୍ ଜାନୁୟାରୀ ୨୦୨୩ ରେ ବ୍ୟାଙ୍କଗୁଡିକ ମୋଟ ୧୫ ଦିନ ବନ୍ଦ ରହିବାକୁ ଯାଉଛନ୍ତି । ଆସନ୍ତା ମାସରେ ବ୍ୟାଙ୍କ ଛୁଟି କେବେ ହେବ ତାହା ଜାଣିବା ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯଦି ଏହି ମାସରେ ଆପଣଙ୍‌ିକର କୌଣସି କାର୍ଯ୍ୟ ଅଛି, ତୁରନ୍ତ ସେଗୁଡିକୁ ସାରି ଦିଅନ୍ତୁ ।

କାରଣ ଯେତେବେଳେ ବ୍ୟାଙ୍କ ଛୁଟି ହୋଇଗଲେ, ଆପଣ ବ୍ୟାଙ୍କିଙ୍ଗ୍ ସମ୍ବନ୍ଧୀୟ କାର୍ଯ୍ୟ ପରିଚାଳନାରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ତେବେ ଆସନ୍ତୁ ଜାଣିବା ୨୦୨୩ ଜାନୁଆରୀ ରେ କେତେ ଦିନ ବ୍ୟାଙ୍କ ଛୁଟି ରହିବାକୁ ଯାଉଛି । ଯାହା ଦ୍ୱାରା ଆପଣ ବ୍ୟାଙ୍କ ସହିତ ଜଡିତ ସମସ୍ତ କାର୍ଯ୍ୟକୁ ଯଥାଶୀଘ୍ର ସଂପୂର୍ଣ୍ଣ କରିପାରିବେ ।

ଜାନୁଆରୀ ୨୦୨୩ ରେ ବ୍ୟାଙ୍କର ସାପ୍ତାହିକ ଛୁଟି:

୧ ଜାନୁଆରୀ ୨୦୨୩ – ରବିବାର ହେତୁ ସମଗ୍ର ଦେଶରେ ବ୍ୟାଙ୍କଗୁଡିକ ବନ୍ଦ ରହିବ ।
୧୪ ଜାନୁଆରୀ ୨୦୨୩ – ମାସର ଦ୍ୱିତୀୟ ଶନିବାର ହେତୁ ବ୍ୟାଙ୍କ ସମଗ୍ର ଦେଶରେ ବନ୍ଦ ରହିବ ।
୧୫ ଜାନୁଆରୀ ୨୦୨୩ – ରବିବାର ହେତୁ ସମଗ୍ର ଦେଶରେ ବ୍ୟାଙ୍କଗୁଡିକ ବନ୍ଦ ରହିବ ।
୨୨ ଜାନୁଆରୀ ୨୦୨୩ – ରବିବାର ହେତୁ ସମଗ୍ର ଦେଶରେ ବ୍ୟାଙ୍କଗୁଡିକ ବନ୍ଦ ରହିବ ।
୨୮ ଜାନୁଆରୀ ୨୦୨୩ – ମାସର ଚତୁର୍ଥ ଶନିବାର ଅବସରରେ ବ୍ୟାଙ୍କଗୁଡିକ ଛୁଟିଦିନ ପାଇବେ ।
୨୯ ଜାନୁୟାରୀ ୨୦୨୩ – ରବିବାର ହେତୁ ସମଗ୍ର ଦେଶରେ ବ୍ୟାଙ୍କଗୁଡିକ ବନ୍ଦ ରହିବ ।
୧ ଜାନୁଆରୀ ୨୦୨୩ – ନୂତନ ବର୍ଷ ଅର୍ଥାତ୍ ନୂତନ ବର୍ଷ ଅବସରରେ, ଦେଶରେ ବ୍ୟାଙ୍କଗୁଡିକ ପାଇଁ ଛୁଟିଦିନ ରହିବ ।
୨ ଜାନୁଆରୀ ୨୦୨୩ – ମିଜୋରାମରେ ନୂଆ ବର୍ଷ ଛୁଟିରେ ବ୍ୟାଙ୍କ ବନ୍ଦ ରହିବ ।
୧୧ ଜାନୁଆରୀ ୨୦୨୩ – ମିଶନାରୀ ଦିବସ ଅବସରରେ ମିଜୋରାମରେ ସମସ୍ତ ବ୍ୟାଙ୍କ ବନ୍ଦ ରହିବ ।
୧୨ ଜାନୁଆରୀ ୨୦୨୩ – ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଅବସରରେ ପଶ୍ଚିମବଙ୍ଗରେ କିଛି ବ୍ୟାଙ୍କ ଛୁଟି ହେବ ।
୧୬ ଜାନୁୟାରୀ ୨୦୨୩ – ଉଜାଭର୍ ଥିରୁନାଲି ଅବସରରେ ପଣ୍ଡିଚେରୀ ଏବଂ ତାମିଲନାଡୁରେ ବ୍ୟାଙ୍କଗୁଡିକ ବନ୍ଦ ରହିବ, ଏବଂ ଆନ୍ଧ୍ରପ୍ରଦେଶରେ କାନୁମା ପାଣ୍ଡୁଗା ଅବସରରେ ।
୨୩ ଜାନୁଆରୀ ୨୦୨୩ – ନେତ।।ଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ବାର୍ଷିକୀରେ ଆସାମରେ ବ୍ୟାଙ୍କଗୁଡିକ ବନ୍ଦ ରହିବ ।
୨୫ ଜାନୁଆରୀ ୨୦୨୩ – ରାଜ୍ୟସ୍ତରୀୟ ଦିବସ ହେତୁ ହିମାଚଳ ପ୍ରଦେଶରେ ବ୍ୟାଙ୍କଗୁଡିକ ବନ୍ଦ ରହିବ ।
୨୬ ଜାନୁଆରୀ ୨୦୨୩ – ଗଣତନ୍ତ୍ର ଦିବସ ଅବସରରେ ସମଗ୍ର ଦେଶରେ ବ୍ୟାଙ୍କଗୁଡିକ ପାଇଁ ଛୁଟିଦିନ ରହିବ ।
୩୧ ଜାନୁଆରୀ ୨୦୨୩ – ମେ-ଡମ୍‌-ମେ-ଫି ଦିନ ଆସାମରେ ବ୍ୟାଙ୍କଗୁଡିକ ବନ୍ଦ ରହିବାକୁ ଯାଉଛନ୍ତି ।

ବ୍ୟାଙ୍କ ଛୁଟି ସତ୍ତ୍ୱେ ଆପଣ ଅନ୍‌ଲାଇନ୍ ବ୍ୟାଙ୍କିଙ୍ଗ୍ ଏବଂ ଏଟିଏମ୍ ମାଧ୍ୟମରେ ଟଙ୍କା କାରବାର କିମ୍ବା ଅନ୍ୟାନ୍ୟ କାର୍ଯ୍ୟ କରିପାରିବେ । ବ୍ୟାଙ୍କ ଛୁଟି ଏହି ସୁବିଧା ଉପରେ ପ୍ରଭାବ ପକାଇବ ନାହିଁ ।

Get real time updates directly on you device, subscribe now.