fbpx

Video: ଗୁଗୁଲରେ ଅଜବ ଡିମାଣ୍ଡ କଲେ ବୟସ୍କ ବ୍ୟକ୍ତି, ଯାହାକୁ ଶୁଣି ଆପଣ ବି ହସି ହସି ଗଡ଼ିଯିବେ

ଧିରେ ଧିରେ ଯୁଗ ଆଧୁନିକୀକରଣ ହେବାରେ ଲାଗିଛି, ଯାହାଫଳରେ ଟେକ୍ନୋଲୋଜି ଦୁନିଆରେ ତୀବ୍ର ବିକସିତ ହେବାରେ ଲାଗିଛି । ଏଥିରେ ସବୁଠାରୁ ବଡ଼ ଯୋଗଦାନ ଗୁଗୁଲର ରହିଛି । ପ୍ରତିଦିନ ଦୁନିଆର ଅଧା ଲୋକ ନିଜର ଜରୁରୀ କାମ ପାଇଁ ଗୁଗୁଲର ସାହାଯ୍ୟ ନେଉଥିବା ନଜର ଆସୁଛନ୍ତି । ଏହାରି ମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ବୟସ୍କ ବ୍ୟକ୍ତିଗୁଗୁଲର ଅବସ୍ଥା ଖରାପ କରୁଥିବା ଦେଖିବାକୁ ମିଳିଛି ।

ଦୁନିଆରେ ସମସ୍ତ ବ୍ୟକ୍ତିର ଜବାବ ଦେଉଥିବା ଗୁଗୁଲ ଭାରତରେ ଜଣେ ବୟସ୍କ ବ୍ୟକ୍ତିଙ୍କ ଆଗରେ ଫିକା ପଡ଼ିଥିବା ନଜର ଆସିଛି । ଅନ୍ୟପଟେ ଭିଡିଓକୁ ଦେଖୁଥିବା ଲୋକମାନେ ହସି ହସି ବେଦମ୍ ହୋଇଛନ୍ତି । ଏହାକୁ ଦେଖି ଆପଣ ମଧ୍ୟ ନିଜ ହସକୁ କଣ୍ଟ୍ରୋଲ କରିପାରିବେ ନାହିଁ । ଭିଡିଓକୁ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ତେବେ ଭିଡିଓକୁ ସୋସିଆଲ ମିଡିଆର ଅନେକ ପ୍ଲାଟଫର୍ମରେ ସେୟାର କରାଯାଇଛି । ଇନଷ୍ଟାଗ୍ରାମରେ ଅମିତ ଅତ୍ରୀ ନାମକ ଜଣେ ବ୍ୟକ୍ତି ନିଜ ପ୍ରୋଫାଇଲରେ ଏହାକୁ ସେୟାର କରିଛନ୍ତି । ଭିଡିଓରେ ଜଣେ ବୟସ୍କ ବ୍ୟକ୍ତି ଗୁଗୁଲରେ ପ୍ରଶ୍ନ ପଚାରିବାକୁ ପ୍ରଥମେ ତାକୁ ଗୁଲଗୁଲ ଡାକୁଥିବା ଶୁଣିବାକୁ ମିଳିଛି । ଏହା ପରେ ଗୁଗୁଲ ନାଁ ଭୁଲ ଡାକିବାରୁ ଭୁଲ ମାଗିଥିଲେ । ଏହା ପରେ ଯାହା କହିଥସିଲେ, ତାହାର କୌଣସି ଜବାବ ଗୁଗୁଲ ପାଖରେ ନଥିଲା ।

 

View this post on Instagram

 

A post shared by Amit atri (@amitatri79384)

ଭିଡିଓରେ ଦେଖାଯାଉଛି କି ବୟସ୍କ ବ୍ୟକ୍ତି ଗୁଗୁଲକୁ ପଚାରିଛନ୍ତି କି, ‘ତାଙ୍କ ଅଞ୍ଚଳରେ ଆଖପାଖରେ କେଉଁଠି ଭୋଜି ହେଉଛି କି । ସେଠାରେ ରାଇତା ବି ମିଳୁଥିବା ଦରକାର ।’ ଏବେ ଏହି ଭିଡିଓକୁ ଦେଖି ଲୋକମାନେ ହସି ହସି ବେଦମ୍ ହୋଇଥିବା ବେଳେ ଅନେକ ଲୋକ ମେଣ୍ଟରେ ନିଜ ନିଜର ପ୍ରତିକ୍ରିୟା ଦେଉଥିବା ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଏହି ଭିଡିଓକୁ ପ୍ରାୟତଃ ୪ ମିଲିୟନରୁ ଅଧିକ ଲୋକ ଲାଇକ୍ କରିସାରିଛନ୍ତି ।

 

Get real time updates directly on you device, subscribe now.