fbpx
BSKY
BJD SHG SKY
BJD YOUTH SKY

ଦଶମ ପାସ୍ ଙ୍କ ପାଇଁ ବ୍ୟାଙ୍କରେ ନିଯୁକ୍ତି ସୁଯୋଗ, ଏହି ଅଫିସିଆଲ୍ ୱେବସାଇଟରେ କରିପାରିବେ ଆବେଦନ

ନୂଆଦିଲ୍ଲୀ: ଇଣ୍ଡିଆନ୍ ବ୍ୟାଙ୍କରେ ସିକ୍ୟୁରିଟି ଗାର୍ଡର ୨୦୨ ପଦବୀରେ ଭର୍ତ୍ତି ପାଇଁ ଆବେଦନ ପ୍ରକ୍ରିୟା ଜାରି ରହିଛି । ଏହି ପଦବୀ ପାଇଁ ଅନଲାଇନ୍ ଆବେଦନ କରିବାର ଶେଷ ଦିନ ମାର୍ଚ୍ଚ ୯ ତାରିଖ । ଇଚ୍ଛୁକ ଓ ଯୋଗ୍ୟ ଆଶାୟୀ ମାନେ ଆବେଦନ କରିବା ପାଇଁ indianbank.in ମାଧ୍ୟମରେ ଅନଲାଇନ୍ ଆବେଦନ କରିପାରିବେ । ୨୦୨ ପଦବୀ ପାଇଁ ଏହି ନୋଟିଫିକେସନ୍ ବାହାରିଛି ।

ଏହି ପଦବୀ ପାଇଁ ଆବେଦନ କରିବାକୁ ପ୍ରାର୍ଥୀ ସେନା / ନୌସେନା / ବାୟୁସେନାର ଜଣେ ପୂର୍ବତନ ଯବାନ ହେବା ଉଚିତ୍ । ପ୍ରାର୍ଥୀଙ୍କ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ଏକ ସ୍ୱୀକୃତିପ୍ରାପ୍ତ ରାଜ୍ୟ ଶିକ୍ଷା ବୋର୍ଡରୁ ଦଶମ ଶ୍ରେଣୀ (S.S.C./Matriculation) କିମ୍ବା ତାର ସମକକ୍ଷ ହେବା ଦରକାର । ସ୍ନାତକୋତ୍ତର କିମ୍ବା ଉଚ୍ଚ ଡିଗ୍ରୀ ହାସଲ କରିଥିବା ପ୍ରାର୍ଥୀମାନେ ଆବେଦନ କରିବାକୁ ଯୋଗ୍ୟ ନୁହଁନ୍ତି । ଶିକ୍ଷାଗତ ଯୋଗ୍ୟତାର ସମ୍ପୂର୍ଣ୍ଣ ବିବରଣୀ ପାଇଁ, ପ୍ରାର୍ଥୀମାନେ ସରକାରୀ ବିଜ୍ଞପ୍ତି ଦେଖିପାରିବେ ।

Get real time updates directly on you device, subscribe now.