fbpx

୨୯୫ ଜିଲ୍ଲା ପରିଷଦ ଜୋନର ଆସିଲା ରେଜଲ୍ଟ: ବିଜେଡି ହାତେଇଛି ୨୬୩ ଆସନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଞ୍ଚାୟତ ନିର୍ବାଚନ ଗଣତିର ଆଜି ହେଉଛି ଦ୍ୱିତୀୟ ଦିନ । ଏହାରି ମଧ୍ୟରେ ୨୯୫ ଆସନର ଫାଇନାଲ ରେଜଲ୍ଟ ଆସିସାରିଛି । ୨୬୩ଟି ଆସନରେ ବିଜେଡି ବିଜୟୀ ହୋଇଛୀ । ଏହା ସହ ୧୪ଟି ଆସନ ଜିତିଛି ବିଜେପି । ସେହିପରି ୧୪ଟି ଆସନ ହାସଲ କରିଛି କଂଗ୍ରେସ । ଅନ୍ୟାନ୍ୟ ୪ଟି ଆସନରେ ବିଜୟୀ ହୋଇଥିବା ଜଣାପଡିଛି ।

ବର୍ତ୍ତମାନ ସୁଦ୍ଧା ୧୨୮ଟି ଜୋନରେ ବିଜେଡି ପ୍ରାର୍ଥୀ ଆଗୁଆ ଥିବା ବେଳେ ୨୮ଟି ଜୋନରେ ବିଜେପି, ୫ଟି ଜୋନରେ କଂଗ୍ରେସ ପ୍ରାର୍ଥୀ ଆଗରେ ଅଛନ୍ତି । ଆଜି ୩୦୬ ଜିଲ୍ଲା ପରିଷଦ ଜୋନ ପାଇଁ ଗଣନା ଚାଲିଛି । ବର୍ତ୍ତମାନ ସୁଦ୍ଧା ଯେତିକି ଗଣତି ହୋଇଛି ସେଥିରୁ ୮୯ ପ୍ରତିଶତ ଆସନରେ ବାଜିମାତ କରିଛନ୍ତି ବିଜେଡି ପ୍ରାର୍ଥୀ । ଗତ ୨୦୧୭ରେ ବିଜେଡି ୫୬ ପ୍ରତିଶତ ଜିଲ୍ଲା ପରିଷଦ ଜୋନରେ ଜିତିଥିଲା । ଏଥର ଏଯାଏ ଗଣତିରେ ୨୨ ପ୍ରତିଶତରୁ ଅଧିକ ଆସନ ହାତେଇସାରିଛି ।

Get real time updates directly on you device, subscribe now.