fbpx

Bank Job: SIDBIରେ ଅଫିସର ପଦ ଲାଗି ପ୍ରକାଶ ପାଇଲା ବିଜ୍ଞପ୍ତି, ଜାଣନ୍ତୁ ଚୟନ ପ୍ରକ୍ରିୟା ବିଷୟରେ ସଂପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ: ବ୍ୟାଙ୍କରେ ଚାକିରି କରିବାକୁ ଇଚ୍ଛୁକ ପ୍ରାର୍ଥୀଙ୍କ ଲାଗି ଏକ ଭଲ ଖବର । ଭାରତୀୟ ଲଘୁ ଉଦ୍ୟୋଗ ବିକାଶ ବ୍ୟାଙ୍କ SIDBI ଅଫିସର ପଦ ଲାଗି ଆବେଦନ ଆମନ୍ତ୍ରିତ କରିଛି । ଏହି ପଦରେ ଆବେଦନ ଲାଗି ଆବେଦନ ପ୍ରକ୍ରିୟା ଅଫିସିଆଲ ୱେବସାଇଟରେ ଆରମ୍ଭ ହୋଇଯାଇଛି । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ sidbi.in ମାଧ୍ୟମରେ ଅନଲାଇନ୍ ଆବେଦନ କରିପାରିବେ । ପ୍ରାର୍ଥୀ ଏଥିନିମନ୍ତେ ୨୮ ନଭେମ୍ବର ୨୦୨୩ ପର୍ଯ୍ୟନ୍ତ ଆବେଦନ କରିପାରିବେ ।
ପଦବୀ ସଂଖ୍ୟା:ବିଜ୍ଞପ୍ତି ଅନୁଯାୟୀ ଏହି ନିଯୁକ୍ତି ପ୍ରକ୍ରିୟାରେ ୫୦ ଖାଲି ପଦ ପୂରଣ ହେବ ।
ଆୟୁ ସୀମା:୩୦ ବର୍ଷରୁ କମ୍ ହୋଇଥିବା ଆବଶ୍ୟକ ।
ଶିକ୍ଷାଗତ ଯୋଗ୍ୟତା:କୌଣସି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ଶୈକ୍ଷିକ ସଂସ୍ଥାରୁ କୌଣସି ବି ବିଷୟରେ ସ୍ନାତକ ଡିଗ୍ରୀ କିମ୍ବା ସିଏ/ସିଏସ୍‌/ ସିଡବ୍ଲ୍ୟୁଏ/ସିଏଫଏ/ ସିଏମଏ/ କିମ୍ବା ଆଇନରେ ସ୍ନାତକ ଡିଗ୍ରୀ/ ଇଂଜିନିଅରିଂରେ ସ୍ନାତକ ଡିଗ୍ରୀ କରିଥିବା ଉଚିତ ।
ଚୟନ ପ୍ରକ୍ରିୟା: ସମୂହ ଆଲୋଚନା ଓ ସାକ୍ଷାତକାର ରହିଛି ଓ ଏହା ୧୦୦ରୁ ୧୦୦ ମାର୍କରେ ହେବ । ପ୍ରାର୍ଥୀଙ୍କ ଦ୍ୱାରା ପ୍ରାପ୍ତ ମିଳିତ ମାର୍କ ଆଧାରରେ ଚୟନ କରାଯିବ । ଏହି ସମୂହ ଆଲୋଚନା ଓ ସାକ୍ଷାତକାର ଲକ୍ଷ୍ନୌ, ମୁମ୍ବାଇ, ନୂଆଦିଲ୍ଲୀ ଓ ଚେନ୍ନାଇରେ ହେବ ।

Get real time updates directly on you device, subscribe now.