fbpx

BREAKING NEWS; ବନ୍ଧୁକ ଦେଖାଇ Flipkart officeର ଲକର ଟେକି ନେଲେ ଦୁର୍ବୃତ୍ତ

ଓଡିଶା ଭାସ୍କର; ପୁଣି ଆଠଗଡ଼ରେ ଲୁଟ୍ । ବନ୍ଧୁକ ଦେଖାଇ ଫ୍ଲିପ୍ କ୍ଲାର୍ଟ ଅଫିସର ଲକର ଟେକି ନେଲେ ଦୁର୍ବୃତ୍ତ । ଆଠଗଡ଼ ଅଶୋକ ନଗର ସ୍ଥିତ ଏକ ଫ୍ଲିପ୍ କ୍ଲାର୍ଟ ଅଫିସରୁ ଏଭଳି ଡକାୟତି କରାଯାଇଥିବା ଖବର ଆସିକି ପହଞ୍ଚିଛି ।

ସୂଚନା ଅନୁଯାୟୀ, ଦୁଇ ଜଣ ଦୃର୍ବୃତ୍ତ ବାଇକ ଜରିଆରେ ଏହି ଫ୍ଲିପ୍ କ୍ଲାର୍ଟ ଅଫିସକୁ ଆସିଥିଲେ । ଏହାପରେ ସେଠାରେ ଥିବା କାର୍ୟ୍ୟରତ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରାଇଥିଲେ ।ପରେ ଉକ୍ତ ଅଫିସର ଲକର ଭାଙ୍ଗି ଲକ୍ଷାଧିକ ଟଙ୍କା ନେଇ ଚମ୍ପଟ ମାରିଛନ୍ତି । ତେବେ ଏହାର ଖବର ପାଇ ଘଟଣାସ୍ଥଳରେ ଆଠଗଡ଼ ଥାନା ପୋଲିସ ପହଞ୍ଚିଥିଲା । ଏହା ସହ ଲୁଟେରାଙ୍କୁ ଧରିବା ପାଇଁ ଖୋଳତାଡ ଜାରି ରଖିଛି ପୋଲିସ ।

Get real time updates directly on you device, subscribe now.