fbpx

ବ୍ୟାଙ୍କ ମ୍ୟାନେଜର ନିଲମ୍ବିତ

ନୂଆପଡ଼ା, ୧୫ା୬(ଓଡ଼ିଶା ଭାସ୍କର): ନୁଆପଡ଼ାରେ ଶତାୟୁ ବୃଦ୍ଧାଙ୍କୁ ଖଟରେ ଘୋଷାଡ଼ି ନିଆଯାଇଥିଲା । ଏହି ମାମଲାରେ ଖଡ଼ିଆଳ ବରଗାଁ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର ବ୍ରାଞ୍ଚ ମ୍ୟାନେଜର ଅଜିତ କୁମାର ପ୍ରଧାନ ନିଲମ୍ବିତ ହୋଇଛନ୍ତି । ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ତାଙ୍କୁ ନିଲମ୍ବିତ କରିଛନ୍ତି ବ୍ୟାଙ୍କ କର୍ତ୍ତୃପକ୍ଷ । ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ନିର୍ଦ୍ଦେଶ ହୋଇଛି । ଉଲ୍ଲେଖଯୋଗ୍ୟ ଯେ ଟଙ୍କା ଉଠାଣ ପାଇଁ ବ୍ୟକ୍ତିଗତ ହାଜର ପାଇଁ କହିଥିଲେ ବ୍ରାଞ୍ଚ ମ୍ୟାନେଜର । ତେଣୁ ତାଙ୍କ ଝିଅ ବୃଦ୍ଧା ଲଭେ ବଘେଲଙ୍କୁ ଖଟିଆରେ ବ୍ୟାଙ୍କ ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲେ । ରାଜ୍ୟ ସରକାର ଏହି ଘଟଣାକୁ ଅତ୍ୟନ୍ତ ଗୁରୁତର ଭାବେ ଗ୍ରହଣ କରିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ବ୍ୟାଙ୍କ ଅଧ୍ୟକ୍ଷଙ୍କୁ ଅନୁରୋଧ କରିଥିଲେ ।

Get real time updates directly on you device, subscribe now.