fbpx

ରାୟଗଡ଼ାରେ ଡବଲ ମର୍ଡ଼ର, ଅଭିଯୁକ୍ତ ଫେରାର

ରାୟଗଡ଼ା, ୧୫ା୬(ଓଡ଼ିଶା ଭାସ୍କର): ଦେଶ ହେଉ କିମ୍ବା ରାଜ୍ୟରେ ଅପରାଧ ବଢ଼ିବାରେ ଲାଗିଛି । ମର୍ଡ଼ର, ଚୋରାଚାଲାଣ, ଚୋରୀ, ଡକାୟତି ଆଦି ବଢ଼ିବାରେ ଲାଗିଛି । ଏହାରିମଧ୍ୟରେ ଆଜି ରାୟଗଡ଼ା ସ୍ଥିତ ଶେଷଖାଲ ଥାନା କସପାଡ଼ୁ ଗ୍ରାମରେ ଡବଲ ମର୍ଡ଼ର ହୋଇଥିବା ସୂଚନା ମିଳିଛି । ଦୁଇ ମୃତକ ହେଉଛନ୍ତି ଯଦୁମଣି ମାଣ୍ଡାଙ୍ଗି ଓ ପୋଲି ଡାଡ଼ିଙ୍ଗି । ଜମି ବିବାଦରୁ ହତ୍ୟା ହୋଇଥିବା ନେଇ ସନ୍ଦେହ କରାଯାଉଛି । ଏହାସହ ଅଭିଯୁକ୍ତ ପ୍ରେମାନନ୍ଦ ମାଣ୍ଡାଙ୍ଗି ଫେରାର ହୋଇଥିବା ସୂଚନା ରହିଛି । ବର୍ତ୍ତମାନ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.