fbpx
BJD SKY
BJD SKY

ହଇଚଇ ସୃଷ୍ଟି କଲା ମାତ୍ର ଗୋଟିଏ ଇମେଲ, ବିପଦରେ ପଡିଗଲେ ୨୪ଟି ଏୟାରପୋର୍ଟ, ଜାଣନ୍ତୁ ଡିଟେଲ୍ସ

BJD

ନୂଆଦିଲ୍ଲୀ: ଏକ ଆତଙ୍କବାଦୀ ୧୧୧ ସଂଗଠନର ଭୟଙ୍କର ଇମେଲ ଦେଶର ସୁରକ୍ଷାକୁ ଟାର୍ଗେଟ କରିଛି । ଯେଉଁଥିରେ ୨୪ଟି ବିମାନ ବନ୍ଦର ଏବଂ ଟର୍ମିନାଲ ଉପରେ ସିକ୍ୟୁରିଟୀ ବଢାଯାଇଛି । .. ଇମେଲ ଆଡ୍ରେସରୁ ପଠାଯାଇଥିବା ଏହି ଇମେଲ କେବଳ ସୁରକ୍ଷା ବଳକୁ ନୁହେଁ ଏହା ବରଂ ସାଇବର ସିକ୍ୟୁରିଟି, ଏବଂ ଆଇଟୀ ଏଜେନ୍ସିମାନଙ୍କୁ ଚ୍ୟାଲେଞ୍ଜ କରିଛି ଯେଉଁମାନେ ଏହି ଇମେଲକୁ ଟ୍ରାକିଂ କରୁଛନ୍ତି । ବିମାନବନ୍ଦରର ବରିଷ୍ଠ ଅଧିକାରୀଙ୍କ ସତର୍କତା ସୂଚନା ପାଇବା ପରେ ନାଗପୁର ସିଟି ପୋଲିସ ଡ.ବାବାସାହେବ ଆମ୍ବେଦକର ଆନ୍ତର୍ଜାତୀୟ ବିମାନବନ୍ଦରରେ ଏକତ୍ରିତ ହୋଇ ପହଁଚିଥିଲେ । ଏହି ବିମାନବନ୍ଦରକୁ ଟାର୍ଗେଟ କରାଯାଇ ସେଠାରେ ରକ୍ତପାତ ହେବାର ଚେତାବନୀ ଦିଆଯାଇଥିଲା ।

ସୁରକ୍ଷା ଅଧିକାରୀଙ୍କ ଅନୁଯାୟୀ, ଏହି ଇମେଲରେ ଦିଆଯାଇଥିବା ଧମକ ବିସ୍ଫୋରଣ ଅପେକ୍ଷା ଏହା ଅଧିକ ଛଳନାତ୍ମକ । ସେ କହିଛନ୍ତି ଯେ, ନାଗପୁର ବିମାନବନ୍ଦରରେ ସେଭଳି କୌଣସି ବିସ୍ଫୋରକ ନ ମିଳିବା ସହ ସେଠାରେ ଯାଞ୍ଚ କରିବା ଲାଗି ସିକ୍ୟୁରିଟୀ ଫୋର୍ସଙ୍କୁ ନିୟୋଜିତ କରାଯାଇଛି ।

ଏହି ଧମକପୂର୍ଣ୍ଣ ଇମେଲ ପାଇବା ପରେ ମହାରାଷ୍ଟ୍ର ଆତଙ୍କବାଦୀ ବିରୋଧୀ ଦଳ, ରାଜ୍ୟ ଏବଂ କେନ୍ଦ୍ରୀୟ ଗୁପ୍ତଚର ଏଜେନ୍ସି ଏବଂ ସିଏସଏଫ ସହ ଏକ ସମନ୍ୱିତ ପ୍ରୟାସ ଆରମ୍ଭ କରାଯାଇଛି । ଦେଶବ୍ୟାପୀ ବିମାନବନ୍ଦରରେ ସିକ୍ୟୁରିଟୀ ଡ୍ରିଲ ଏବଂ ରିହର୍ସାଲ୍ ଚାଲିଛି ଏବଂ ଆଗାମୀ ଦିନରେ ଏକ ସତର୍କତା ଅବଲମ୍ବନ କରିବାକୁ ଅଧିକାରୀମାନେ ପ୍ରତିଶ୍ରୁତି ଦେଇଛନ୍ତି ।

ଏହି ଇମେଲ ଅନେକ ସଂଗଠନ, ଯେପରିକି ସିଏସଆଇଏଫ ୟୁନିଟ, ଏକ ବ୍ୟାଙ୍କ, ଏକ ବ୍ୟବସାୟ ଗୋଷ୍ଠୀ ଏବଂ ଅନ୍ୟାନ୍ୟ ଗୋଷ୍ଠୀକୁ ପଠାଯାଇଥିଲା । ତେବେ ଏହି ଇମେଲ ଡାର୍କ ୱେବରୁ ଆସିଛି ବୋଲି ଜଣାପଡିଛି । ଏଥିସହ ସମସ୍ତ ଏୟାରପୋର୍ଟକୁ ହାଇସିକ୍ୟୁରିଟୀ ଘେରରେ ରଖାଯାଇଛି ଏବଂ ସବୁଠାରେ ପୁଙ୍ଖାନୁପୁଙ୍ଖ ଭାବେ ଯାଞ୍ଚ କରାଯାଇଛି ।

Get real time updates directly on you device, subscribe now.