fbpx
BJD SKY
BJD SKY

ରବି ବିଷ୍ନୋଇଙ୍କୁ ଦଳରେ ସାମିଲ କରିବା ନେଇ କ’ଣ କହିଲେ ଇରଫାନ ପଠାନ

BJD

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍ ପାଇଁ ଭାରତୀୟ କ୍ରିକେଟ୍ ଦଳ ଘୋଷଣା କରାଯାଇଛି। ରୋହିତ ଶର୍ମାଙ୍କୁ ଦଳର ଅଧିନାୟକ କରାଯାଇଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଉପଅଧିନାୟକ ଦାୟିତ୍ୱ ଦିଆଯାଇଛି। ଚୟନକର୍ତ୍ତାମାନେ ଅଣଦେଖା କରିଥିବା ଖେଳାଳିଙ୍କ ମଧ୍ୟରେ ରବି ବିଷ୍ନୋଇ, ଶ୍ରେୟସ ଆୟର, କେଏଲ୍ ରାହୁଲ, ଇଶାନ କିଶନ, ରବିଚନ୍ଦ୍ରନ ଅଶ୍ୱିନଙ୍କ ଭଳି କିଛି ବଡ଼ ଖେଳାଳିଙ୍କ ନାମ ରହିଛି। ଏହାବ୍ୟତୀତ ଶୁଭମନ ଗିଲ, ରିଙ୍କୁ ସିଂହ, ଖଲିଲ ଅହମ୍ମଦ ଓ ଆବେଶ ଖାନ୍ ମଧ୍ୟ ପ୍ରଥମ ୧୫ ଜଣ ଖେଳାଳିଙ୍କ ମଧ୍ୟରେ ସ୍ଥାନ ପାଇନାହାନ୍ତି। ସେମାନଙ୍କୁ ସଂରକ୍ଷିତ ରଖାଯାଇଛି। ରବି ବିଷ୍ନୋଇଙ୍କୁ ଦଳରେ ସାମିଲ ନ କରିବାରୁ କ୍ରିକେଟର ଇରଫାନ ପଠାନ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ସେ ଲେଖିଛନ୍ତି ଯେ ଆଇସିସି ଟି-୨୦ ମାନ୍ୟତାରେ ଷଷ୍ଠ ସ୍ଥାନରେ ଥିଲେ ମଧ୍ୟ ବିଶ୍ୱକପ୍ ରେ ନ ନେବା ନିଷ୍ପତ୍ତିକୁ ଗ୍ରହଣ କରିବା ଅତ୍ୟନ୍ତ କଷ୍ଟକର। ଆଇସିସି ଟି-୨୦ ମାନ୍ୟତାରେ ରବି ବିଷ୍ନୋଇ ଷଷ୍ଠ ସ୍ଥାନରେ ରହିଛନ୍ତି। ମୁଁ ଭାବୁଛି ଟିମ୍ ଇଣ୍ଡିଆ ପାଇଁ ରିଙ୍କୁ ସିଂହଙ୍କ ସାମ୍ପ୍ରତିକ ପ୍ରଦର୍ଶନକୁ ଅଣଦେଖା କରାଯିବା ଉଚିତ୍ ନୁହେଁ। ଟିମ୍ ଇଣ୍ଡିଆ- ରୋହିତ ଶର୍ମା (ଅଧିନାୟକ), ହାର୍ଦ୍ଦିକ (ଉପଅଧିନାୟକ), ଯଶସ୍ୱୀ ଜୟସୱାଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ସଞ୍ଜୁ ସାମସନ, ଶିବମ ଦୁବେ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଅର୍ଶଦୀପ ସିଂହ, ମହମ୍ମଦ ସିରାଜ ଓ ଯଶପ୍ରୀତ ବୁମ୍ରା।

Get real time updates directly on you device, subscribe now.