fbpx
BJD
BJD SKY
BJD SKY

(Video): ମହିଳାଙ୍କ ଅଜବ କାରନାମା; ମେଟ୍ରୋ ଟ୍ରେନକୁ ଭାବିଲେ ସ୍ଲିପର କୋଚ୍‌, ଚଟାଣରେ ଚାଦର ବିଛାଇ ଆରାମରେ ଶୋଇଲେ

ଓଡ଼ିଶା ଭାସ୍କର: ଦିଲ୍ଲୀ ମେଟ୍ରୋରେ ଭାଇରାଲ ଭିଡ଼ିଓକୁ ନେଇ ଅନେକ ସମୟରେ ଚର୍ଚ୍ଚା ହୋଇଛି । ଲୋକମାନେ ଫେମସ୍ ହେବା ପାଇଁ ଅଶ୍ଳୀଳ ଏବଂ ବିଚିତ୍ର କାର୍ଯ୍ୟକଳାପ କରିବା ପାଇଁ ମଧ୍ୟ ପଛାଇ ନଥାନ୍ତି । ମେଟ୍ରୋ ଟ୍ରେନରେ ଏଭଳି ଭିଡ଼ିଓ ଅନେକ ଥର ଭାଇରାଲ ମଧ୍ୟ ହୋଇଛି ।

ନିକଟରେ ଏପରି ଏକ ଭିଡ଼ିଓ ସାମ୍ନାକୁ ଆସିଛି ଯାହାକୁ ଦେଖିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଭିଡ଼ିଓରେ ଦର୍ଶାଯାଇଛି କିପରି ଜଣେ ମହିଳା ମେଟ୍ରୋ ଟ୍ରେନରେ ଚାଦର ବିଛାଇ ଆରାମରେ ଗଡ଼ିଛନ୍ତି । ସେ ଏହି ମେଟ୍ରୋ ଟ୍ରେନକୁ ସ୍ଲିପର କୋଚ୍ କିମ୍ବା ନିଜ ଘର ଭାବିଛନ୍ତି ବୋଧୁଏ । ଏହି ମହିଳା ଜଣଙ୍କ ଶୋଇଥିବା ଠିକ୍ ଉପରେ ମେଟ୍ରୋ ଟ୍ରେନ୍ କର୍ତ୍ତୃପକ୍ଷଙ୍କ ଦ୍ୱାରା ଏକ ଷ୍ଟିକର ମାଧ୍ୟମରେ ଲୋକଙ୍କୁ ନିୟମ ବିଷୟରେ ସୂଚନା ଦିଆଯାଇଛି । ଏଥିରେ ‘ତଳେ ବସିବା ନିଷେଧ’ ବୋଲି ଲେଖାଯାଇଛି । ତେଣୁ ଅନେକ ଲୋକମାନଙ୍କୁ ସିଟ୍ ନ ମିଳିବା କାରଣରୁ ସେମାନେ ଛିଡ଼ା ହୋଇ ଯାତାୟାତ କରିଥାନ୍ତି । କିନ୍ତୁ ଏହି ମହିଳା ଜଣଙ୍କ ବୁଦ୍ଧିକୁ ମାନିବାକୁ ପଡ଼ିବ । ମେଟ୍ରୋ ଟ୍ରେନରେ ସିଟ୍ ନ ମିଳିବାରୁ ସେ ଚଟାଣରେ ନ ବସି ଶୋଇକି ଯାତ୍ରା କରୁଛନ୍ତି । ତେବେ ଏହି ମେଟ୍ରୋ ଟ୍ରେନରେ ଶୋଇକି ଯାତ୍ରା କରିବାକୁ ନେଇ କୌଣସି ନିଷେଧାଦେଶ ନଥିବାରୁ ମହିଳା ଜଣଙ୍କ ଏପରି କରିଛନ୍ତି । ଏହି ଭିଡ଼ିଓକୁ masala_sodda ନାମକ ଜଣେ ବ୍ୟକ୍ତି ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି । ଏହି ଭିଡ଼ିଓରେ ଅନେକ ଲୋକମାନେ ମଜାଦାର କମେଣ୍ଟ କରିଛନ୍ତି । ଜଣେ ୟୁଜର ଲେଖିଛନ୍ତି- ଏହା ମେଟ୍ରୋ ନୁହେଁ ବରଂ ସ୍ଲିପର କୋଚ୍ । ଅନ୍ୟ ଜଣେ ଲେଖିଛନ୍ତି- ଆଣ୍ଟି ଭାବୁଥିବେ ସେ ବସି ପାରିବେ ନାହିଁ କିନ୍ତୁ ଶୋଇ ତ ପାରିବେ । ଅନ୍ୟ ଜଣେ ୟୁଜର ଲେଖିଛନ୍ତି- ଆଣ୍ଟି ବହୁତ ଡାଉନ୍ ଟୁ ଆର୍ଥ । ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଏହି ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ।

 

 

View this post on Instagram

 

A post shared by masala (@masala_sodda)

Get real time updates directly on you device, subscribe now.