fbpx

Bank of Baroda ପକ୍ଷରୁ ବାହାରିଲା ୩୪୬ଟି ପଦବୀ, ଆରମ୍ଭ ହେଲା ଅନଲାଇନ୍ ଆବେଦନ

ଚାକିରି ଖୋଜୁଥିବା ଆଶାୟୀଙ୍କ ପାଇଁ ଏକ ଖୁସି ଖବର । ବ୍ୟାଙ୍କ ଅଫ୍ ବରୋଦା (ବିଓବି) ତରଫରୁ ଏକ ଭଲ ନିଯୁକ୍ତି ସୁଯୋଗ ଆସିଛି । ସିନିୟର ରିଲେସନସିପ ମ୍ୟାନେଜର, ଇ-ୱେଲଥ ରିଲେସନସିପ ମ୍ୟାନେଜର ଓ ଅନ୍ୟ ପଦବୀ ପାଇଁ ବିଜ୍ଞାପନ ବାହାରିଛି । ଚାକିରି କରିବା ପାଇଁ ଇଚ୍ଛୁକ ଛାତ୍ରଛାତ୍ରୀମାନୋ ତଳେ ଦିଆଯାଇଥିବା ବିଜ୍ଞାପନ ଲିଙ୍କକୁ ଯାଇ ନିଯୁକ୍ତି ସମ୍ପର୍କିତ ସବିଶେଷ ତଥ୍ୟ ପାଇପାରିବେ । ଆବେଦନ ପୂର୍ବରୁ ନିଜର ଡିଲେଟ୍ସ ପଢ଼ିନିଅନ୍ତୁ ।

ଏଥିରେ ପ୍ରାର୍ଥୀଙ୍କୁ ଅନଲାଇନରେ ଆବେଦନ କରିବାକୁ ପଡ଼ିବ । ଆବେଦନ ଫିସ ବାବଦକୁ ଏସସି / ଏସଟି / ପିଡବ୍ଲ୍ୟୁଡି ପ୍ରାର୍ଥୀଙ୍କୁ ୧୦୦ ଟଙ୍କା ଓ ଅନ୍ୟ ସମସ୍ତ ପ୍ରାର୍ଥୀଙ୍କୁ ୬୦୦ ଟଙ୍କା ପଇଠ କରିବାକୁ ପଡ଼ିବ । ଗତ ୩୦ ତାରିଖରୁ ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ଆସନ୍ତା ୨୦ ତାରିଖ ଆବେଦନର ଅନ୍ତିମ ତାରିଖ ରହିଛି ।

ଅନଲାଇନ ଆବେଦନ ଆରମ୍ଭ ତାରିଖ: ୩୦.୦୯.୨୦୨୨

ଅନଲାଇନ ଆବେଦନ ଅନ୍ତିମ ତାରିଖ: ୨୦.୧୦.୨୦୨୨

ଅନଲାଇନ ଆପ୍ଲାଏ ଲିଙ୍କ: https://smepaisa.bankofbaroda.co.in/BOBSERM/

ନୋଟିଫିକେସନ ଲିଙ୍କ: https://img.freejobalert.com/uploads/2022/10/Notification-BOB-Senior-Relationship-Manager-Vacancy.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: https://www.bankofbaroda.in/career.htm

Get real time updates directly on you device, subscribe now.